ନୂଆ ନାୟିକାଙ୍କ ସହ ରୋମାନ୍‌ସ କରୁଛନ୍ତି ସବ୍ୟସାଚୀ!

ନୂଆ ନାୟିକାଙ୍କ ସହ ରୋମାନ୍‌ସ କରୁଛନ୍ତି ସବ୍ୟସାଚୀ!

ଓଲିଉଡ୍‌ର ସୋବରବୟ ସବ୍ୟସାଚୀଙ୍କୁ ଗତବର୍ଷ କେବଳ ଗୋଟିଏ ଓଡ଼ିଆ ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ ।ପ୍ରତିବର୍ଷ ସାଧାରଣତଃ ତାଙ୍କର ଏକାଧିକ ଓଡ଼ିଆ ସିନେମା ପରଦାକୁ ଆସିଥାଏ। ତେବେ ସେ ଯାହା ହେଉନା କାହିଁକି ୨୦୧୮ରେ ସେ ଫର୍ମକୁ ଫେରିବେ ବୋଲି ଆଶା କରାଯାଉଛି।

publive-image

ଏ ବର୍ଷ ସବ୍ୟସାଚୀଙ୍କର ଅନ୍ୟୁନ ତିନିଟା ଓଡ଼ିଆ ସିନେମା ରିଲିଜ୍‌ ହେବ ବୋଲି କୁହାଯାଉଛି। ଏଥିମଧ୍ୟରୁ ପ୍ରଥମେ ଆସିବ ସାର୍ଥକ୍‌ ମ୍ୟୁଜିକ୍‌ ନିବେଦିତ ତଥା ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘ଟୋକାଟା ଫସିଗଲା’। ଏଥିରେ ସବ୍ୟସାଚୀଙ୍କ ବିପକ୍ଷରେ ନଜର ଆସିବେ ଏଲିନା ସାମନ୍ତରାୟ। ଏତଦ୍‌ବ୍ୟତୀତ ପପୁ ପମ୍‌ପମ୍‌ ମଧ୍ୟ ଅଛନ୍ତି ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ। ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ବୈଦନାଥ ଦାସ।

ତା’ପରେ ସବ୍ୟସାଚୀଙ୍କୁ ତେଲୁଗୁ-ଓଡ଼ିଆ ଦ୍ୱିଭାଷୀ ଛବି ‘ଅମରପ୍ରେମ’ରେ ଦେଖିବାକୁ ପାଇବେ ଦର୍ଶକ।ଏହି ଫିଲ୍ମରେ ସବ୍ୟସାଚୀଙ୍କ ବିପକ୍ଷରେ କାରୁଣ୍ୟା ଚୌଧୁରୀ ଅଛନ୍ତି ନାୟିକା ଭୂମିକାରେ। ଏତଦ୍‌ବ୍ୟତୀତ ଦକ୍ଷିଣୀ ଅଭିନେତା ମହେଶ ମଧ୍ୟ ଅଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ। ଦାଦି ଆପାଲାଡୁ ନାଇଡ଼ୁଙ୍କ ପ୍ରଯୋଜିତ ‘ଅମରପ୍ରେମ’ର ନିର୍ଦ୍ଦେଶନା ଦେଇଛନ୍ତି ଆଭାନ୍‌ ଆଲ୍ଲା।

publive-image

୨୦୧୮ର ସବ୍ୟସାଚୀଙ୍କ ଅଭିନୀତ ଅନ୍ୟ ଏକ ପ୍ରତୀକ୍ଷିତ ସିନେମା ହେଲା ‘ଯେତେ ଗୋରୀ ସେତେ ଷ୍ଟୋରି’। ଏହି ଫିଲ୍ମରେ ସବ୍ୟସାଚୀଙ୍କ ନାୟିକା ସାଜିଛନ୍ତି ରାଧିକା। ଅତଏବ କୁହାଯାଇପାରେ ଯେ ସବ୍ୟସାଚୀ ଆଗରୁ ଯେଉଁ ନାୟିକାଙ୍କ ସହିତ ଅନ୍‌ସ୍କ୍ରିନ୍‌ ରୋମାନ୍‌ସ କରିବାର ସୁଯୋଗ ପାଇନଥିଲେ; ସେଭଳି ନମାକରା ଓ ଦୁଇ ନବାଗତାଙ୍କ ସହ ପରଦା ଉପରେ ନଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe