ଲଗାତାର ପରଦାରେ ଏହି କାମ କରୁଛନ୍ତି ଓଲିଉଡ ନାୟକ ସବ୍ୟସାଚୀ

Advertisment
ଲଗାତାର ପରଦାରେ ଏହି କାମ କରୁଛନ୍ତି ଓଲିଉଡ ନାୟକ ସବ୍ୟସାଚୀ

ଭୁବନେଶ୍ୱର: ଦୁଇ ଜଣ ଓଲିଉଡ ନାୟକ ଲଗାତାର ପରଦାରେ କମେଡି କରୁଛନ୍ତି ଏବଂ ସଫଳତା ବି ସାଉଁଟୁଛନ୍ତି। ଏମାନଙ୍କ ଭିତରୁ ଜଣେ ହେଲେ ସବ୍ୟସାଚୀ। ସବ୍ୟସାଚୀଙ୍କ ଅଭିନୀତ ପ୍ରଥମ ସିନେମା ହେଲା ହରପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପାଗଳ ପ୍ରେମୀ’। ହେଲେ ଏହା ଏକ ରୋମାଣ୍ଟିକ୍‌ ସିନେମା ଥିଲା। ତାଙ୍କ ଅଭିନୀତ ପ୍ରଥମ କମେଡି ସିନେମା ହେଲା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ଶଶୂରଘର ଜିନ୍ଦାବାଦ୍‌’।

ଏହାପରେ ସୋବର ବୟ ସବ୍ୟସାଚୀ ବେଶ କେତୋଟି ରୋମାଣ୍ଟିକ୍‌ –କମେଡିରେ ନାୟକ ଭୂମିକାରେ ନଜର ଆସିଛନ୍ତି। ଏଭଳି ସିନେମା ମଧ୍ୟରେ ରହିଛି ‘ପିଲାଟା ବିଗିଡ଼ିଗଲା’,‘ହେଲା ମତେ ପ୍ରେମଜର’ ‘ବାୟ ବାୟ ଦୁବାଇ’ଓ ସୀତାରାମଙ୍କ ବାହାଘର କଳିଯୁଗରେ’ଆଦି । ସବ୍ୟସାଚୀଙ୍କ କ୍ୟାରିଅରର ସବୁଠାରୁ ବଡ଼ ହିଟ୍‌ ସିନେମା ବି ଏକ ରୋମାଣ୍ଟିକ୍‌ –କମେଡି। ଏହି ସିନେମା ହେଲା ପୂଜା ଭରାଲାଓ୍ଵାଲାଙ୍କ ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘ପିଲାଟା ବିଗିଡ଼ିଗଲା’। ୨୦୧୫ରେ ରିଲିଜ୍‌ ହୋଇଥିବା ଏହି ସିନେମାରେ ସବ୍ୟଙ୍କ ନାୟିକା ଥିଲେ ଗ୍ଲାମରସ୍‌ ଅର୍ଚ୍ଚିତା ।ଏଥିରେ ପପୁ ପମପମ ବି ଥିଲେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।

publive-image

ଦର୍ଶକ ଖୁବ୍‌ଶୀଘ୍ର ଯେଉଁ ଓଡ଼ିଆ ଛବିରେ ସବ୍ୟସାଚୀଙ୍କୁ ପୁଣି କମେଡ଼ି କରୁଥିବାର ଦେଖିବାକୁ ପାଇବେ,ସେଥିମଧ୍ୟରୁ ଗୋଟିଏ ହେଲା‘ଟୋକାଟା ଫସିଗଲା’।ଏହା ଅବଶ୍ୟ ଏକ ଓଡ଼ିଆ-ବଙ୍ଗଳା ଦ୍ୱିଭାଷୀ ସିନେମା। ଏହି ଫିଲ୍ମର ଟାଇଟଲ୍‌ରେ ଥିବା ଟୋକା ବି ହେଉଛନ୍ତି ସବ୍ୟସାଚୀ। ଏହା ଏକ ରୋମାଣ୍ଟିକ୍‌ କମେଡ଼ି। ଓଲିଉଡ଼ର ଲୋକପ୍ରିୟ ନାୟିକା ଏଲିନା ସାମନ୍ତରାୟ ଏଥିରେ ସବ୍ୟସାଚୀଙ୍କ ବିପକ୍ଷରେ ନଜର ଆସିବେ। ଏହି ସିନେମାରେ ଦର୍ଶକ ପ୍ରଥମଥର ପାଇଁ ସବ୍ୟସାଚୀ -ଏଲିନାଙ୍କ ଯୋଡ଼ିକୁ ଭେଟିବେ।ଏବେ ଦେଖିବା କଥା ଯେ ଏଥର ସବ୍ୟସାଚୀ କମେଡି କରି କେତେ ଦୂର ଦର୍ଶକଙ୍କୁ ହସାଇବାରେ ସକ୍ଷମ ହେଉଛନ୍ତି !

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe