ଏହି ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ସଚିନ୍ !

Advertisment
New Project (1)

ମୁମ୍ବାଇ: ବଲିଉଡ କଳାକାର ଓ କ୍ରିକେଟରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିବା କିଛି ନୂଆ କଥା ନୁହେଁ। ଅତୀତରେ ଏଭଳି ଅନେକ ଯୋଡ଼ି ଆମେ ଦେଖିଛେ। କିଛି ନିଜ ପ୍ରେମକୁ ସଫଳ କରି ବିବାହ କରିଛନ୍ତି ତ ଆଉ କିଛି ଯୋଡ଼ିଙ୍କ ସମ୍ପର୍କ ଅଧୁରା ରହି ଇତିହାସ ପାଲଟିଯାଇଛି। ଆଜି ଅତୀତର ପୃଷ୍ଠା ଲେଉଟାଇଲେ ‌ଏଭଳି ଜଣେ ଯୋଡ଼ିଙ୍କ ନାମ ସାମ୍ନାକୁ ଆସେ, ଯେଉଁମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି ଏକ ସମୟରେ ଖୁବ ଚର୍ଚ୍ଚା ହୋଇଥିଲା। ହେଲେ ଦୁହିଁଙ୍କ ଚଲାପଥ ଏକ ହୋଇପାରିନଥିଲା। ସେମାନେ ହେଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶିରୋଡକର ଏବଂ ମାଷ୍ଟର ବ୍ଲାଷ୍ଟର ତଥା କ୍ରିକେଟର ଭଗବାନ ବୋଲି କୁହାଯାଉଥିବା ସଚିନ୍ ତେନ୍ଦୁଲକର। 

ରେଡ୍ ଏଫ୍ଏମ୍ ସହିତ ଏକ ପୁରୁଣା ସାକ୍ଷାତକାରରେ ଶିଳ୍ପା, ସଚିନ୍‌ଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିଥିଲେ। 'ହମ୍' ଫିଲ୍ମ ସମୟରେ ସେ ସଚିନ ତେନ୍ଦୁଲକରଙ୍କୁ ଭେଟିଥିଲେ ବୋଲି ସେ ଜଣାଇଥିଲେ। ଶିଳ୍ପା କହିଥିଲେ, 'ଯେତେବେଳେ ମୁଁ 'ହମ୍' ଫିଲ୍ମର ସୁଟିଂ କରୁଥିଲି, ପ୍ରଥମ ଥର ପାଇଁ ମୁଁ ସଚିନ ତେନ୍ଦୁଲକରଙ୍କୁ ଭେଟିଥିଲି। କାରଣ ମୋର ସମ୍ପର୍କୀୟ ଭାଇ ସଚିନ ରହୁଥିବା ସ୍ଥାନରେ ରହୁଥିଲେ। ସଚିନ ଏବଂ ମୋ ସମ୍ପର୍କୀୟ ଭାଇ ବାନ୍ଦ୍ରା ଇଷ୍ଟରେ ଏକାଠି କ୍ରିକେଟ୍ ଖେଳୁଥିଲେ। ତେଣୁ ମୁଁ ସଚିନଙ୍କୁ ତାଙ୍କ ଜରିଆରେ ଭେଟିଥିଲି। ସେହି ସମୟରେ ସଚିନ, ଅଞ୍ଜଳିଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲେ। ଏହା ବିଷୟରେ କେହି ଜାଣି ନଥିଲେ। ଆମେ ସବୁକିଛି ଜାଣିଥିଲୁ। କାରଣ ଆମେ ବନ୍ଧୁ ଥିଲୁ। ସେଥିପାଇଁ ଆମ ଭିତରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଜଣେ ଅଭିନେତ୍ରୀ ଜଣେ କ୍ରିକେଟରଙ୍କୁ ଭେଟୁଛନ୍ତି ଏବଂ ତାହା ମଧ୍ୟ ସଚିନ ତେନ୍ଦୁଲକରଙ୍କୁ। ତେଣୁ ଲୋକଙ୍କ ପାଇଁ ଏସବୁ କହିବା ସହଜ ଥିଲା।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe