ବିବାଦରେ େଓ୍ଵବ ସିରିଜ ‘ସାକ୍ରେଡ୍‌ ଗେମ୍ସ’: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସଂପର୍କରେ ଅପମାନସୂଚକ ସଂଳାପ ଥିବା ଅଭିଯୋଗ

ବିବାଦରେ େଓ୍ଵବ ସିରିଜ ‘ସାକ୍ରେଡ୍‌ ଗେମ୍ସ’: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସଂପର୍କରେ ଅପମାନସୂଚକ ସଂଳାପ ଥିବା ଅଭିଯୋଗ

NDTV.com

ନୂଆଦିଲ୍ଲୀ: ଅଭିନେତାମାନେ କହୁଥିବା ସଂଳାପ ଲାଗି ଦାୟୀ ନୁହଁନ୍ତି। ଏଭଳି ଏକ ମନ୍ତବ୍ୟ ସୋମବାର ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ନେଟ୍‌ଫିକ୍ସରେ ପ୍ରସାରିତ େଓ୍ଵବ୍‌ ସିରିଜ୍‌ ‘ସାକ୍ରେଡ୍‌ ଗେମ୍ସ’ର କେତେକ ଆଧ୍ୟାୟରେ ଅଭିନେତା ନଓ୍ଵାଜୁଦ୍ଦିନ୍‌ ସଦ୍ଦିକି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ଇଙ୍ଗିତ କରି ଅପମାନସୂଚକ ସଂଳାପ କହିଛନ୍ତି ବୋଲି ଅଭିଯୋଗ କରି ଦାୟର ହୋଇଥିବା ଏକ ମାମଲାର ବିଚାର କରି ଉପରୋକ୍ତ ମନ୍ତବ୍ୟ ଦେଇଛି ହାଇକୋର୍ଟ।

ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର କରାଯିବ। ପଶ୍ଚିମବଙ୍ଗର ଜଣେ କଂଗ୍ରେସ କର୍ମୀେଓ୍ଵବ୍‌ ସିରିଜ୍‌ ‘ସାକ୍ରେଡ୍‌ ଗେମ୍ସ’ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ପ୍ରତି ଅପମାନସୂଚକ ଶବ୍ଦ ବ୍ୟବହାର କରାଯାଇଛି ବୋଲି ଅଭିଯୋଗକରି ଥାନାରେ ଏତଲା ଦେଇଥିଲେ। ଏଥି ସହ ସେ ଦାବି କରିଥିଲେ ଯେ ଯେଉଁ ଅଧ୍ୟାୟଗୁଡ଼ିକରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅପମାନସୂଚକ ମନ୍ତବ୍ୟ ରହିଛି, ସେଗୁଡ଼ିକ ବାଦ୍‌ ଦିଆଯାଉ। ଅନ୍ୟପକ୍ଷରେ ନେଟ୍‌ଫ୍ଲିକ୍ସ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି କି ଉକ୍ତ ଅଧ୍ୟାୟଗୁଡ଼ିକର ପ୍ରସାରଣ ହୋଇସାରିଛି। ତେଣୁ ଏଗୁଡ଼ିକ ବାଦ୍‌ ଦିଆଯିବ କିପରି?

publive-image indianexpress.com

ନେଟଫ୍ଲିକ୍ସ ପକ୍ଷରୁ ପ୍ରସ୍ତୁତ େଓ୍ଵବ୍‌ ସିରିଜ୍‌ ‘ସାକ୍ରେଡ୍‌ ଗେମ୍ସ’ରେ ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକି, ସୈଫ୍‌ ଅଲ୍ଲୀ ଖାନ୍‌ ଓ ରାଧିକା ଆପ୍ତେ ମୁଖ୍ୟଭୂମିକାରେ ଅଭିନୟ କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ କାଶ୍ୟପ ଓ ବିକ୍ରମାଦିତ୍ୟ ମୋଟଓ୍ଵାନି। ୨୦୦୬ ମସିହାରେ ପ୍ରକାଶିତ ବିକ୍ରମ ଚନ୍ଦ୍ରାଙ୍କ ଲିଖିତ ଉପନ୍ୟାସ ‘ସାକ୍ରେଡ୍‌ ଗେମ୍ସ’ ଉପରେ ଏହି େଓ୍ଵବ ସିରିଜ୍‌ ଆଧାରିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe