Oneindia
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଡିମ୍ପଲ କପାଡିଆଙ୍କ ମା’ ବେଟ୍ଟୀ କପାଡିଆଙ୍କର ୮୦ବର୍ଷ ବୟସରେ ଦେହାନ୍ତ ହୋଇଛି। କିଛି ଦିନ ତଳେ ସେ ଡାକ୍ତରଖାନାରେ ଭର୍ତ୍ତି ହେବାର ଖବର ମିଳିଥିଲା। ଯାହା ପରେ ତାଙ୍କ ମା’ ସୁସ୍ଥ ହେଉଛନ୍ତି ବୋଲି ଜଣାଇଥିଲେ ଡିମ୍ପଲ କପାଡିଆ। ଗତ ୨୦ଦିନ ହେବ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲୁଥିବା ବେଳେ ଶନିବାର ମଧ୍ୟରାତ୍ରରେ ତାଙ୍କର ଦେହାନ୍ତ ହୋଇ ଯାଇଥିବା ଜଣା ପଡ଼ିଛି। କିଛି ଦିନ ତଳେ ସେ ନିଜ ପରିବାର ସହ ୮୦ତମ ଜନ୍ମଦିନ ପାଳନ କରିଥିଲେ।
Free Press Journalସୂଚନା ମୁତାବକ, ବେଟ୍ଟୀ କପାଡିଆଙ୍କର ଶ୍ବାସଜନିତ ସମସ୍ୟା ଥିବା ସହ ତାଙ୍କୁ ନିଶ୍ବାସ ନେବାରେ ସମସ୍ୟା ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ତାଙ୍କର ଚିକିତ୍ସା ଆରମ୍ଭ ହେବାରୁ ସେ ଧିରେ ଧିରେ ସୁସ୍ଥ ହେବା ଆରମ୍ଭ କରିଥିଲେ। କିନ୍ତୁ ଶନିବାର ତାଙ୍କ ଉପରେ ଡାକ୍ତରଙ୍କ ସମସ୍ତ ଚିକିତ୍ସା ଫେଲ୍ ମାରିଥିଲା। ଯାହା ପରେ ଶନିବାର ମଧ୍ୟରାତ୍ରରେ ସେ ମୃତ୍ୟୁ ସହ ଲଢ଼େଇ କରି ହାରି ଯାଇଥିଲେ।। ଏହି ଖବର ସାମ୍ନାକୁ ଆସିବା ପରେ ବଲିଉଡର ଅନେକ ବଡ଼ ବଡ଼ ହସ୍ତି ଦୁଃଖପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
Follow Us