ମୋ ପ୍ରେମିକାକୁ ଛଡ଼ାଇ ନେଲା ବିମାନ ଦୁର୍ଘଟଣା; ମଡେଲ

New Project (6)

ଅହମଦାବାଦ: ୨୦୨୫ ଜୁନ ୧୨ ତାରିଖରେ ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ହେବା ଘଟଣା ଦୁନିଆକୁ ସ୍ବବ୍ଧ କରି ଦେଇଛି। 

ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ କ୍ରୁ ସଦସ୍ୟ ମନୀଷା ଥାପା ମଧ୍ୟ  ସାମିଲ ଅଛନ୍ତି। ମନୀଷାଙ୍କ ମୃତ୍ୟୁ ପରେ ତାଙ୍କ ପ୍ରେମିକ ସାଗର ପାଟିଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଭୋଭୋ ହୋଇ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ଇତିମଧ୍ୟରେ ସାଗର ତାଙ୍କ ପ୍ରେମିକାଙ୍କୁ ହରାଇବା ପରେ, ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି।

ସାଗର ପାଟିଲ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ମୁଁ ଏ ଯନ୍ତ୍ରଣାରୁ ବାହାରିବାକୁ ଚେଷ୍ଟା କରୁଛି। ଜାଣି ନାହିଁ ବାହାରି ପାରିବି କି ନାହିଁ। ମୋ ମତରେ ଜୀବନ ଏବଂ ମୃତ୍ୟୁର କୌଣସି ସମୟ ନାହିଁ,ଏହା କେତେ ବେଳେ କେଉଁ ପରିସ୍ଥିତିରେ ସାମ୍ନାକୁ ଆସିବ ତାହା କେହି ଜାଣି ନାହାନ୍ତି। ତେଣୁ ଆପଣମାନେ ଆପଣଙ୍କ ପ୍ରିୟଜନଙ୍କ ସହିତ ଯଥା ସମ୍ଭବ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ। ଭଗବାନଙ୍କୁ ମୋର ଏତିକି ପ୍ରାର୍ଥନା ମୁଁ ଯେଉଁ ପରିସ୍ଥିତି ଦେଇ ଗତି କରୁଛି ସେଭଳି କଷ୍ଟ କାହାରି ଜୀବନ‌ରେ ନଆସୁ।

ଅହମଦାବାଦ ବିମାନ ଦୁର୍ଘଟଣା ପରେ ସାଗର ପାଟିଲଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ସେ ଡିଏନଏ ପରୀକ୍ଷା କେନ୍ଦ୍ର ବାହାରେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ଜଣେ ସାମ୍ବାଦିକ ତାଙ୍କୁ ପଚାରିଲେ ଯେ ସେ କାହାକୁ ଅପେକ୍ଷା କରିଛନ୍ତି, ସାଗର କାନ୍ଦି କାନ୍ଦି କହିଥିଲେ - 'ମୋ ପ୍ରେମକୁ।' 

ଯେତେବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା, ସାଗର ମୁମ୍ବାଇରେ ଥିଲେ କିନ୍ତୁ ଦୁର୍ଘଟଣାର ଖବର ଶୁଣିବା ମାତ୍ରେ ସେ ଅହମଦାବାଦରେ ଯାଇ ପହଞ୍ଚି ଯାଇଥିଲେ। ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତାଙ୍କ ପ୍ରେମିକା ମନୀଷା ଥାପାଙ୍କ ବୟସ ୨୭ ବର୍ଷ ଏବଂ ସେ ଏୟାର ଇଣ୍ଡିଆର ଅନ୍ତର୍ଜାତୀୟ ବିମାନର କ୍ରୁ ସଦସ୍ୟ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe