ହୃଦଘାତରେ ପ୍ରାଣ ହରାଇଲେ ସଲମାନ ଖାନଙ୍କ ଡୁପ୍ଲିକେଟ୍

ହୃଦଘାତରେ ପ୍ରାଣ ହରାଇଲେ ସଲମାନ ଖାନଙ୍କ ଡୁପ୍ଲିକେଟ୍

ମୁମ୍ବାଇ: ସିନେଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି | ଅନେକ ଫିଲ୍ମରେ ସଲମାନ ଖାନଙ୍କ ଡୁପ୍ଲିକେଟ ଭାବେ ଅଭିନୟ କରିଥିବା ସାଗର ପାଣ୍ଡେଙ୍କର ଦେହାନ୍ତ ହୋଇଯାଇଛି । ଜିମରେ ବ୍ୟାୟାମ କରୁଥିବାବେଳେ ହୃଦ୍‌ଘାତରେ ତାଙ୍କର ଜୀବନ ଚାଲିଯାଇଛି । ସେ ‘ବଡିଗାର୍ଡ’ ଫିଲ୍ମରେ ସଲମାନଙ୍କ ଡୁପ୍ଲିକେଟ(ଯେଉଁ ବ୍ୟକ୍ତି ଅଭିନେତାଙ୍କ ସ୍ଥାନରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍ କରେ) ଭୂମିକାରେ ଅଭିନୟ କରିଥିଲେ। ସାଗର ସଲମାନ ପାଣ୍ଡେ ନାମରେ ମଧ୍ୟ ବେଶ ଲୋକପ୍ରିୟ ଥିଲେ |

ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ ଶାହରୁଖ ଖାନଙ୍କ ଡୁପ୍ଲିକେଟ ପ୍ରଶାନ୍ତ ୱାଲଡେ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ପ୍ରଶାନ୍ତ କହିଛନ୍ତି, ସାଗର ଜିମରେ ବ୍ୟାୟାମ କରୁଥିବା ବେଳେ ହଠାତ୍ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପ୍ରଶାନ୍ତ କହିଛନ୍ତି, ଏହି ଘଟଣା ଶୁଣି ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି। ସୂଚନା ଥାଉ କି ସାଗର ‘କୁଛ କୁଛ ହୋତା ହେ’, ‘ବଜରଙ୍ଗୀ ଭାଇଜାନ’, ‘ଟ୍ୟୁବଲାଇଟ୍’, ‘ଦବଙ୍ଗ’, ‘ଦବଙ୍ଗ ୨’, ‘ଦବଙ୍ଗ ୩’ ଭଳି ଚଳଚ୍ଚିତ୍ରରେ ସଲମାନଙ୍କ ଡବଲ୍ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ |

ଗତ ଅଗଷ୍ଟ ମାସରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ମଧ୍ୟ ଜିମରେ ବ୍ୟାୟାମ କରିବା ସମୟରେ ହୃଦଘାତର ଶିକାର ହୋଇଥିଲେ | ଏମ୍ସରେ ଚିକିତ୍ସାଧୀନ ଥିବା ସମୟରେ ସେ ପୁନର୍ବାର ହୃଦ୍‌ଘାତର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ। ଗତ ଦୁଇ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଦୁଃଖଦ ଖବର ଆସିବାରେ ଲାଗିଛି | ଦୀପେଶ ଭାନ, ରାଜୁ ଶ୍ରୀବାସ୍ତବଙ୍କ ଭଳି ସାଗର ପାଣ୍ଡେଙ୍କର ମଧ୍ୟ ଅଚାନକ ଦେହାନ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe