‘ପଦ୍ମାବତ୍‌’ ହେଉଛି ସାହିଦ୍‌ଙ୍କ ପ୍ରଥମ ୧୦୦ କୋଟି ରୋଜଗାର କରିଥିବା ଚଳଚ୍ଚିତ୍ର

Advertisment
‘ପଦ୍ମାବତ୍‌’ ହେଉଛି ସାହିଦ୍‌ଙ୍କ ପ୍ରଥମ ୧୦୦ କୋଟି ରୋଜଗାର କରିଥିବା ଚଳଚ୍ଚିତ୍ର

ମୁମ୍ବାଇ: ଜାନୁଆରି ୨୫ରେ ମୁକ୍ତିଲାଭ କରି ମାତ୍ର ୪ ଦିନ ମଧ୍ୟରେ ସଞ୍ଜୟଲୀଲା ଭଂସାଲୀଙ୍କ ‘ପଦ୍ମାବତ୍‌’ ଚଳଚ୍ଚିତ୍ର ୧୧୪ କୋଟି ବ୍ୟବସାୟ କରି ସାରିଲଣି। ଏଥିରେ ରତନ ସିଂହଙ୍କ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ସାହିଦ କପୁର୍‌। ତେବେ, ଚର୍ଚ୍ଚାର କଥା ହେଉଛି ସାହିଦ ବଲିଉଡ୍‌ରେ ୧୫ ବର୍ଷ ତଳୁ ପାଦ ଦେଇଥିଲେ ବି ତାଙ୍କର କୌଣସି ଚଳଚ୍ଚିତ୍ର ଏତେ ବିପୁଳ ପରିମାଣର ଆର୍ଥିକ ସଫଳତା ଲାଭ କରି ନଥିଲା। ‘ପଦ୍ମାବତ୍‌’ ଚଳଚ୍ଚିତ୍ରଟି ଭଲ ବ୍ୟବସାୟ କରିଥିବାରୁ ଏହା ହେଉଛି ସାହିଦଙ୍କ ପ୍ରଥମ ଚଳଚ୍ଚିତ୍ର ଯେଉଁଟି ୧୦୦ କୋଟିରୁ ଅଧିକ ବ୍ୟବସାୟ କରିସାରିଲାଣି। ୨୦୧୩ ମସିହାରେ ମୁକ୍ତିଲାଭ କରିଥିବା ସାହିଦଙ୍କ ‘ଆର୍‌ ରାଜକୁମାର’ ଚଳଚ୍ଚିତ୍ରଟି ତାଙ୍କ ଅଭିନୟ ଜୀବନର ସବୁଠାରୁ ବେଶି ର୍ଥ କମାଇଥିବା ଚଳଚ୍ଚିତ୍ର ତାଲିକାରେ ଗଣା ଯାଉଥିଲା। ଏ ବର୍ଷର ‘ପଦ୍ମାବତ୍‌’ ସେହି ରେକର୍ଡ ଭଙ୍ଗ କରିଛି।

publive-image

ଉଲ୍ଲେଖଯୋଗ୍ୟ, ବୁଧବାର ଦିନ ‘ପଦ୍ମାବତ୍‌’ ନିର୍ଦ୍ଦିଷ୍ଟ କେତୋଟି ସ୍ଥାନରେ ମୁକ୍ତିଲାଭ କରିଥିବାରୁ ୫ କୋଟି, ଗୁରୁବାର ୧୯ କୋଟି, ଶୁକ୍ରବାର ୩୨ କୋଟି, ଶନିବାର ୨୭ କୋଟି ଓ ରବିବାର ୩୧ କୋଟି ବ୍ୟବସାୟ କରି ମାତ୍ର ୪ ଦିନ ଭିତରେ ସମୁଦାୟ ୧୧୪ କୋଟି ବ୍ୟବସାୟ କରିସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe