ଅଭିନେତ୍ରୀ ମେହରୀନଙ୍କୁ ବିବାହ କରିବେ ସାଇ ଧରମ ତେଜ୍ !

Advertisment
ଅଭିନେତ୍ରୀ ମେହରୀନଙ୍କୁ ବିବାହ କରିବେ ସାଇ ଧରମ ତେଜ୍ !

ନୂଆଦିଲ୍ଲୀ: ବିବାହ କରିବେ ତେଲୁଗୁ ଅଭିନେତା ସାଇ ଧରମ ତେଜ୍। ଅଭିନେତ୍ରୀ ତଥା 'ଯବାନ' ଫିଲ୍ମରେ ତାଙ୍କର ସହକଳାକାର ଥିବା ଅଭିନେତ୍ରୀ ମେହରୀନ ପୀରଜାଦାଙ୍କୁ ସେ ବିବାହ କରିବେ ବୋଲି ଜଣାପଡ଼ିଛି। ୨୦୨୧ମସିହାରେ ଏକ ବାଇକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ  ଅଭିନେତା। ୨୦୨୩ରେ ତାଙ୍କର କିଛି ଜରୁରୀ ଅସ୍ତ୍ରୋପଚାର କରାଯିବାର ଆବଶ୍ୟକତା ଥିବାରୁ ସେ ୬ମାସ ପାଇଁ ଅଭିନୟରୁ ବିରତି ନେବେ ବୋଲି ଘୋଷଣା କରିଥିଲେ। ୬ମାସ ପରେ ସେ ପୁଣି ଥରେ ଦୃଢ଼ ହୋଇ ଫେରିବେ ବୋଲି କହିଥିଲେ। ଏହି ଘୋଷଣା ପରେ ଏବେ ଅଭିନେତା ନିଜ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ଦୁହେଁ ଏହି ଚର୍ଚ୍ଚା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ଗତବର୍ଷ ନଭେମ୍ବର‌ରେ ଇଟାଲୀ‌ରେ ଲାବଣ୍ୟା ତ୍ରିପାଠୀଙ୍କୁ ବିବାହ କରିଥିଲେ ଭାଇ ବରୁଣ ତେଜ୍। ବରୁଣଙ୍କ ପରେ ଏବେ ସାଇ ବିବାହ ପାଇଁ ପ୍ରସ୍ତୁତ ଥିବା ଚର୍ଚ୍ଚା ହେଉଛି। ମେହରୀନ ତାମିଲ, ତେଲୁଗୁ, ହିନ୍ଦୀ ଓ ପଞ୍ଜାବୀ ଫିଲ୍ମରେ କାମ କରିଛନ୍ତି। ସାଇ ଓ ମେହରୀନ ୨୦୧୭ରେ ରିଲିଜ୍ ହୋଇଥିବା ଫିଲ୍ମ 'ଯବାନ'ରେ ସାଙ୍ଗରେ କାମ କରିଥିଲେ। ସହକଳାକାର ହେବା ପରେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଥିଲେ। ଦୁହେଁ ପରସ୍ପରକୁ ଅନେକ ବର୍ଷ ହେଲାଣି ଡେଟ୍ କରୁଥିବା ବେଳେ ଚଳିତ ବର୍ଷ ସେମାନେ ବିବାହ କରିବେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe