ଭାରତୀୟ ସେନା ପାକିସ୍ତାନ ପାଇଁ ଆତଙ୍କବାଦୀ ଭଳି ! ଏଭଳି କହି ବିବାଦରେ ସାଇ ପଲ୍ଲବୀ

ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀ ଆଗାମୀ ଦିନରେ ନିତେଶ ତିୱାରୀଙ୍କ ନିର୍ଦେଶିତ ଫିଲ୍ମ ରାମାୟଣରେ ମାତା ସୀତାଙ୍କ ଭୂମିକାରେ ନଜର ଆସିବେ। ଏହା ପୂର୍ବରୁ ତାଙ୍କର ଏକ ପୁରୁଣା ଭିଡିଓକୁ ନେଇ ସୋସିଆଲ ମିଡିଆରେ ଉତ୍ତେଜନା ଦେଖାଦେଇଛି।

saipallabi

ନୂଆଦିଲ୍ଲୀ: ସାଉଥ ଅଭିନେତ୍ରୀ ସାଇ ପଲ୍ଲବୀ ଆଗକୁ ନିର୍ଦେଶକ ନିତେଶ ତିୱାରୀଙ୍କ ନିର୍ଦେଶିତ ଫିଲ୍ମ 'ରାମାୟଣ'ରେ ମାତା ସୀତାଙ୍କ ଭୂମିକାରେ ନଜର ଆସିବେ। ଏହା ତାଙ୍କର ପ୍ରଥମ ପ୍ୟାନ ଇଣ୍ଡିଆ ଫିଲ୍ମ ହେବ | ଫିଲ୍ମରେ ସେ ବଲିଉଡ ଅଭିନେତା ରଣବୀର କପୁରଙ୍କ ସହ ସ୍କ୍ରିନ ସେୟାର କରିବେ | ଫିଲ୍ମର ଥିବା ସାଇ ପଲ୍ଲବୀଙ୍କ ଲୁକକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ପୁରୁଣା ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଛି | ଭାରତୀୟ ସେନାକୁ ନେଇ ସେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ଏବେ ତାଙ୍କୁ ଭାରୀ ପଡିଛି |

ସୂଚନା ମୁତାବକ, ଭିଡିଓଟି ହେଉଛି ୨ବର୍ଷ ପୁରୁଣା | ୨୦୨୨ରେ ସେ ଦେଇଥିବା ଏକ ସାକ୍ଷାତକାରରେ ଯେଉଁ ମନ୍ତବ୍ୟ ଦେଇଥିଲେ ତାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି | ଭିଡିଓରେ ସେ କହୁଛନ୍ତି ଯେ, "ପାକିସ୍ତାନ ଲୋକଙ୍କ ପାଇଁ ଭାରତୀୟ ସେନା ହେଉଛନ୍ତି ଆତଙ୍କବାଦୀ ସଂଗଠନ ଭଳି ଏବଂ ଆମ ପାଇଁ ପାକିସ୍ଥାନୀ ସେନା ହେଉଛନ୍ତି ଆତଙ୍କବାଦୀ ସଂଗଠନ | ସବୁ ଦେଖିବାର ଶୈଳୀ ଉପରେ ନିର୍ଭର କରେ | ମୋ କଥା କହିବାକୁ ଗଲେ ମୁଁ ହିଂସା ଉପରେ ବିଶ୍ୱାସ କରେ ନାହିଁ |"

ତାଙ୍କର ଏଭଳି ମନ୍ତବ୍ୟ ଏବେ ଅନେକଙ୍କୁ ପସନ୍ଦ ଆସିନାହିଁ , ଯେଉଁଥିପାଇଁ ତାଙ୍କୁ ଟ୍ରୋଲ୍ କରାଯାଉଛି | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe