Gulte
ମୁମ୍ବାଇ: ତାମିଲ୍ ଓ ମାଲାୟଲମ୍ ଅଭିନେତ୍ରୀ ସାଇ ପଲ୍ଳବୀ ତାଙ୍କର ବିନ୍ଦାସ୍ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ନିକଟରେ ଏକ ବିବାଦୀୟ ମନ୍ତବ୍ୟ ଦେଇ ଫସି ଯାଇଛନ୍ତି। ସେ ଗୋଚାଲାଣକାରୀଙ୍କ ସହିତ କଶ୍ମୀର ପଣ୍ଡିତଙ୍କ ତୁଳନା କରି ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେବାରେ ଲାଗିଛନ୍ତି। ସାଇ ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଜବରଦସ୍ତ ପ୍ରମୋସନ୍ ଚଳାଇଛନ୍ତି। ନିକଟରେ ସେ ତାଙ୍କର ଏକ ସାକ୍ଷାତ୍କାରରେ ଏପରି ବିବାଦୀୟ ମନ୍ତବ୍ୟ ଦେଇ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେବାରେ ଲାଗିଛନ୍ତି। କେହି କେହି ସାଇ ପଲ୍ଲବୀଙ୍କ ମତକୁ ସମର୍ଥନ ମଧ୍ୟ କରିଛନ୍ତି।
ଏକ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସାଇ ଦେଇଥିବା ଇଣ୍ଟର୍ଭିୟୁରେ କହିଛନ୍ତି, ‘ମୁଁ ବାମପନ୍ଥୀ ଓ ଦକ୍ଷିଣପନ୍ଥୀଙ୍କ ବିଷୟରେ ଅନେକ କିଛି ଶୁଣିଛି। ମାତ୍ର କିଏ ଠିକ୍ କିଏ ଭୁଲ୍ ମୁଁ ଜାଣିନି। କଶ୍ମୀର ଫାଇଲ୍ସ ଚଳଚ୍ଚିତ୍ରରେ କଶ୍ମୀର ପଣ୍ଡିତମାନଙ୍କୁ କିପରି ହତ୍ୟା କରାଯାଇଛି ଦୃଶ୍ୟମାନ ହୋଇଛି। ତାର କିଛି ସମୟ ପୂର୍ବରୁ ଚଳଚ୍ଚିତ୍ରରେ ଗାଈକୁ ନେଇ ଯାଉଥିବା ଜଣେ ମୁସ୍ଲମାନ ବ୍ୟକ୍ତିଙ୍କୁ ବଡ଼ ବେଦରଦୀ ଭାବେ ମାଡ଼ ମରାଯାଇ ଜୟ ଶ୍ରୀରାମ କହିବାକୁ ବାଧ୍ୟ କରାଯାଉଛି। ଏହାର ବି ଧର୍ମ ନାଁରେ ହିଂସା। ଏହି ଦୁଇଟି ଘଟଣା ମଧ୍ୟ୍ୟରେ ଅନ୍ତର କ’ଣ?’
ସାଇ ପଲ୍ଲବୀଙ୍କ ଏହି ମନ୍ତବ୍ୟ ପରେ ଅଧିକାଂଶ ସୋସିଆଲ୍ ମିଡିଆ ବ୍ୟବହାରକାରୀ ତାଙ୍କ ଉପରେ ଗାଳି ବର୍ଷଣ କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ତୁମ ବ୍ରଣ ଗାଲ, ଖରାପ ମୁହଁ ଓ ବାଜେ କେଶ ଶୈଳୀକୁ ନେଇ ମୁଁ କେବେ ଅଭିଯୋଗ କରିନି। ହେଲେ ଏବେ ଯାହା କହିଛ ତାହା ସହିବା ପରି କଥା ନୁହେଁ।’
ସେହିପରି ଅନ୍ୟ ଜଣେ ବ୍ୟବହାରାକାରୀ ଲେଖିଛନ୍ତି, ‘ଗୋଚାଲାଣକାରୀଙ୍କ ସହ କଶ୍ମୀର ପଣ୍ଡିତଙ୍କ ତୁଳନା କରିବା ସମୟରେ ତୁମକୁ ଟିକେ ଲାଜ ଲାଗିବା କଥା। ନିର୍ଲଜଙ୍କ ପରି ବୟାନ ଦିଅନାହିଁ। ତୁମେ ମୋ ପ୍ରିୟ ଅଭିନେତ୍ରୀ ଥିଲ, ଏବେ ଆଉ ନାହଁ।’
Follow Us