ଦ୍ବିତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି କରୀନା, ତୈମୁରଙ୍କୁ ମିଳିବ ବନ୍ଧୁଟିଏ

Advertisment
ଦ୍ବିତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି କରୀନା, ତୈମୁରଙ୍କୁ ମିଳିବ ବନ୍ଧୁଟିଏ

DNA India

ମୁମ୍ବାଇ: ଦ୍ବିତୀୟ ଥର ପାଇଁ ମାଆ ବନିବାକୁ ଯାଉଛନ୍ତି ଅଭିନେତ୍ରୀ କରୀନା କପୁର୍‌। ଉଭୟ ସୈଫ୍‌ ଅଲ୍ଲୀ ଖାନ ଓ କରୀନା କପୁର ମିଶି ସେମାନଙ୍କ ଘରକୁ ଆସିବାକୁ ଥିବା ନୂଆ ଅତିଥି ବିଷୟରେ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ସୈଫ୍‌ ଓ କରୀନା ଏହି ଖୁସି ଖବରକୁ ସେୟାର୍‌ କରିବା ସହ ସମସ୍ତଙ୍କ ଭଲପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ନିକଟରେ କରୀନାଙ୍କ ବାପା ରଣଧୀର କପୁରଙ୍କୁ ଏକ ଗଣମାଧ୍ୟମ ସଂସ୍ଥା ଏ ନେଇ ପ୍ରଶ୍ନ କରିବା ପରେ ସେ କହିଥିଲେ କି , ‘ମୁଁ ଆଶା ରଖୁଛି କି ଏହା ସତ୍ୟ ହେଉ। ଯଦି ବାସ୍ତବରେ ସେପରି ହୋଇଥାଏ ମୁଁ ଅତ୍ୟନ୍ତ ଖୁସି ହେବି। ପରସ୍ପର ସାଥ୍‌ ନିଭାଇବା ପାଇଁ ଦୁଇଟି ପିଲା ହେବା ନିହାତି ଜରୁରି।’

publive-image PeepingMoon.com

ଉଲ୍ଲେଖଯୋଗ୍ୟ, ସୈଫ୍‌ ଓ କରୀନା ଦୀର୍ଘ ଦିନ ଧରି ପ୍ରେମ ସଂପର୍କରେ ରହିବା ପରେ ଶେଷରେ ୨୦୧୨ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ୨୦୧୬ ଡିସେମ୍ବର ୨୦ ତାରିଖରେ ସେମାନେ ଏକ ଶିଶୁ ପୁତ୍ରର ଜନକ ଓ ଜନନୀ ସାଜିଥିଲେ। ସୈଫ୍‌ ଓ କରୀନାଙ୍କ ପୁଅ ତୈମୁର ବଡ଼ ହେବା ସାଙ୍ଗେ ସାଙ୍ଗେ ସମସ୍ତଙ୍କ ପ୍ରିୟ ପାଲଟିବାରେ ଲାଗିଲେ। ଧୀରେ ଧୀରେ ବାପାମାଆଙ୍କ ପରି ତୈମୁର ମଧ୍ୟ ପ୍ରଶଂସକ ଅର୍ଜନ କରିବାରେ ଲାଗିଲେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସୈଫ୍‌ କରୀନାଙ୍କ ପୂର୍ବରୁ ଅମ୍ରିିତା ସିଂହଙ୍କୁ ବିବାହ କରିଥି‌ଲେ। ସେ ଦୁହିଁଙ୍କ ମଧ୍ୟରେ ମତାନ୍ତର ହେବା ଫଳରେ ଦୁହିଁଙ୍କର ଛାଡ଼ପତ୍ର ହେବା ପରେ ଯାଇ କରୀନା ସୈଫ୍‌ଙ୍କୁ ବିବାହ କରିଛନ୍ତି। ସୈଫ୍ ଓ ଅମ୍ରିତାଙ୍କର ଝିଅ ସାରା ଅଲ୍ଲୀ ଖାନ୍ ଏବେ ଜଣେ ବଲିଉଡ୍ ନାୟିକା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe