rt
ମୁମ୍ବାଇ: ଜାନୁଆରି ମାସରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ବାନ୍ଦ୍ରାସ୍ଥିତ ଘରେ ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତ ତାଙ୍କ ଘର ଭିତରେ ପଶି ତାଙ୍କୁ ଛୁରୀରେ ୬ଥର ଆକ୍ରମଣ କରିଥିଲା। ଏହା ପରେ, ଲୀଳାବତୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯିବା ସହ ଡାକ୍ତରମାନେ ସୈଫଙ୍କ ମେରୁଦଣ୍ଡରେ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର କରାଯାଇ ଅଢ଼େଇ ଇଞ୍ଚର ଛୁରୀ ଖଣ୍ଡକୁ ବାହାର କରିଥିଲେ ଡାକ୍ତର। ବର୍ତ୍ତମାନ ସୈଫ୍ ସୁସ୍ଥ ହୋଇ ଏକ ସାକ୍ଷାତକାରରେ ଆକ୍ରମଣ ସମ୍ପର୍କରେ ଜଣାଇଛନ୍ତି। ଆକ୍ରମଣ ପରେ ତାଙ୍କ ପୁଅ ଜେହ ତାଙ୍କୁ କେଉଁ ଉପହାର ଦେଇଥିଲେ ତାହା ଜଣାଇଛନ୍ତି ସୈଫ୍।
ଏହି ଆଶ୍ଚର୍ଯ୍ୟଜନକ ଘଟଣା ପରେ ପିଲାମାନଙ୍କ ପ୍ରତିକ୍ରିୟା ବିଷୟରେ ପଚରାଯିବାରୁ, ଅଭିନେତା କହିଥିଲେ ଯେ ଜେହ ତାଙ୍କୁ ଏକ ପ୍ଲାଷ୍ଟିକ୍ ଖଣ୍ଡା ଉପହାର ଦେଇଥିଲେ ଏବଂ କହିଥିଲେ, "ପରବର୍ତ୍ତୀ ସମୟରେ ଚୋର ଆସିଲେ ବ୍ୟବହାର କରିବ। ଏହାକୁ ତୁମର ବିଛଣା ପାଖରେ ରଖ।"
ଉଲ୍ଲେଖଯୋଗ୍ୟ, ଆକ୍ରମଣରେ ସୈଫ ଅଲୀ ଖାନଙ୍କୁ ୬ଥର ଛୁରା ମାଡ଼ ହୋଇଥିଲା। ଅଭିନେତାଙ୍କ ବେକ ଓ ହାତରେ ମଧ୍ୟ ଆଘାତ ଲାଗିଥିଲା ​​ଏବଂ ଏଥିପାଇଁ ତାଙ୍କୁ ପ୍ଲାଷ୍ଟିକ୍ ସର୍ଜରୀ କରିବାକୁ ପଡିଥିଲା। ଜାନୁଆରି ୨୧ ତାରିଖରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ତଦନ୍ତ ପରେ ଅଭିନେତାଙ୍କ ଘରେ ପଶି ଆକ୍ରମଣ କରିବା ଅଭିଯୋଗରେ ପୁଲିସ ବାଂଲାଦେଶୀ ନାଗରିକ ଶରିଫୁଲ ଇସଲାମ ଶେହଜାଦଙ୍କୁ ଗିରଫ କରିଥିଲା।
Follow Us