ମୁମ୍ବାଇ: ସୈଫ ଅଲ୍ଲୀ ଖାନଙ୍କ ମୁମ୍ବାଇସ୍ଥିତ ଘର ସାମ୍ନାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ବେଳେ ବୁଧବାର-ଗୁରୁବାର ରାତି ୨ଟା ସମୟରେ ଅଭିନେତାଙ୍କୁ ତାଙ୍କ ଘର ଭିତରେ ଛୁରାମାଡ଼ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆକ୍ରମଣକାରୀ ସୈଫଙ୍କ ଶରୀରରେ ୬ଥର ଛୁରାମାଡ଼ ମାଡ଼ କରିଥିବା ଅଭିଯୋଗ ହୋଇଛି।

Advertisment

ଅଧିକପଢ଼ନ୍ତୁ:୮ମ ବେତନ ଆୟୋଗ ଗଠନକୁ କ୍ୟାବିନେଟ ଅନୁମୋଦନ

ସୈଫଙ୍କୁ ଛୁରାମାଡ଼ ହୋଇଥିବା ଘଟଣାକୁ ନେଇ ମୁମ୍ବାଇ ପୁଲିସ ପ୍ରତିକ୍ରିୟା ଦେଇ କହିଛି, ‘ ଗତ ବୁଧବାର ରାତି ୨ଟା ସମୟରେ ୪ଜଣ ଚୋର ଚୋରି କରିବାକୁ ପଶିଥିଲେ। ଜଣେ ଚୋର ଗୃହସହାୟିକାଙ୍କ ସହ ଝଗଡ଼ା କରୁଥିଲା। ଏହି ସମୟରେ ସୈଫ ଆସି ଦୁହିଁଙ୍କୁ ବୁଝାଇବାକୁ ଚେଷ୍ଟା କରୁଥି‌ଲେ। ଏତିକି ବେଳେ ଜଣେ ଅଜ୍ଞାତ ବ୍ୟକ୍ତି ସୈଫଙ୍କ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଆକ୍ରମଣକାରୀ ସେଫଙ୍କୁ ୬ଥର ଛୁରାମାଡ଼ କରିଥିଲେ।

ସୈଫଙ୍କ ଗୃହସହାୟିକା ପୁଲିସରେ ଏନେଇ ଏକ ମାମଲା ରୁଜୁ କରିଛନ୍ତି।  ଆକ୍ରମଣକାରୀ ସୈଫଙ୍କ ଘରର ୬ଷ୍ଠ ମହଲାରେ ପଶୁଥିବାର ଭିଡିଓ ସିସିଟିଭିରେ କୈଦ ହୋଇଛି। ଏହି ସମୟରେ ସୈଫ ୧୨ତମ ମହଲାରେ ରହିଥିଲେ। 

ମୁମ୍ବାଇ କ୍ରାଇମବ୍ରାଞ୍ଚର ଡିସିପି ଦିକ୍ଷିତ ଗେଡାମ କହିଛନ୍ତି, ‘ଆମକୁ ବୁଧବାର ବିଳମ୍ବିତ ରାତି ସମୟ ପାଖାପାଖି ୩ଟା ହେବ ସୂଚନା ମିଳିଥିଲା କି ସୈଫଙ୍କୁ ଛୁରାମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆମେ ତାଙ୍କ ସହିତ କଥା ହୋଇଛି। ଚିକିତ୍ସା ପରେ ସୈଫ ବିପଦମୁକ୍ତ ଅଛନ୍ତି।

ଅଧିକପଢ଼ନ୍ତୁ:ମୋ ରାସ୍ତା ରୋକ ନାହିଁ; ଅଲିବାଗ ଯିବା ବାଟରେ ପ୍ରଶଂସକଙ୍କ ଉପରେ ରାଗିଗଲେ ବିରାଟ

ମୁମ୍ବାଇ ପୁଲିସ ଘଟଣା ଘଟିବାର ଦୁଇଘଣ୍ଟା ପୂର୍ବର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏହି ଫୁଟେଜରେ ସୈଫଙ୍କ ଘର ଭିତରକୁ କେହି ଯିବାର ନଜର ଆସୁ ନାହାନ୍ତି। ତା’ମାନେ ଆକ୍ରମଣକାରୀ ପୂର୍ବରୁ ହିଁ ସୈଫଙ୍କ ଘ‌ରେ ଥିବାର ସନ୍ଦେହ କରାଯାଉଛି। ତଥାପି ବିଭିନ୍ନ ଦିଗରୁ ଯାଞ୍ଚ ଚାଲିଛି।