ଏହି କାରଣରୁ ଆକ୍ରମଣ ପରେ ବି ୨ଘଣ୍ଟା ଲୁଚି ରହିଥିଲା ଚୋର

ସୈଫଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତ ପ୍ରଥମେ ଧରାପଡ଼ିବା ପରେ ନିଜର ନାମ ବିଜୟ କହିଥିଲି। କିନ୍ତୁ ତା’ ପାଖରେ କୌଣସି ଦସ୍ତାବିଜ ନଥିବାରୁ ଆକ୍ରମଣକାରୀର ଠିକ ପରିଚୟ ମିଳି ପାରି ନଥିଲା।

ି୍ତୀତି

ମୁମ୍ବାଇ: ସୈଫ ଅଲି ଖାନଙ୍କ ଉପରେ ଆକ୍ରମଣ କରିଥିବା ଆକ୍ରମଣକାରୀ ଅଭିନେତାଙ୍କୁ ଛୁରାମାଡ଼ କରିବା ପରେ ବାନ୍ଦ୍ରାସ୍ଥିତ ବିଲଡିଂ ସତଗୁରୁ ଶରଣର ବଗିଚାରେ ଲୁଚି ରହିଥିଲା। 

ଅଧିକପଢ଼ନ୍ତୁ:ବର୍ତ୍ତମାନ ସୁଦ୍ଧା ୭୨୦୮ କୋଟି ଟଙ୍କା ଚାଷୀଙ୍କୁ ଦିଆଯାଇଛି: ଯୋଗାଣ ମନ୍ତ୍ରୀ

ଏହି ଘଟଣାକୁ ନେଇ ପୁଲିସ ଅଧିକାରୀ କହିଛନ୍ତି, ‘ଜାନୁଆରି ୧୬ ତାରିଖରେ ଆକ୍ରମଣକାରୀ ସୈଫ ଅଲି ଖାନଙ୍କୁ ଛୁରାମାଡ଼ କରିବା ପରେ ଅଭିନେତାଙ୍କ କୋଠାରେ ହିଁ ୨ଘଣ୍ଟା ପର୍ଯ୍ୟନ୍ତ ଲୁଚି ରହିଥିଲା। କାରଣ ତାକୁ ଭୟ ଥିଲା ଏହି ଛୁରାମାଡ଼ ପରେ ସେ ଯଦି ଏହି କୋଠାରୁ ବାହାରକୁ ଯାଏ ତେବେ ନିଶ୍ଚିତ ଭାବେ ଧରାପଡ଼ିଯିବ।

ଅଭିଯୁକ୍ତ ପ୍ରଥମେ ଧରାପଡ଼ିବା ପରେ ନିଜର ନାମ ବିଜୟ କହିଥିଲି। କିନ୍ତୁ ତା’ ପାଖରେ କୌଣସି ଦସ୍ତାବିଜ ନଥିବାରୁ ଆକ୍ରମଣକାରୀର ଠିକ ପରିଚୟ ମିଳି ପାରି ନଥିଲା।

ଅଧିକପଢ଼ନ୍ତୁ:ଇସ୍ରାଏଲ ମହିଳା ବନ୍ଧକମାନଙ୍କୁ ହମାସ ଦେଇଥିବା ଉପହାର ବ୍ୟାଗରେ କ’ଣ ରହିଛି ?

ପୁଲିସ ଚାପ ପକାଇବା ପରେ ଅଭିଯୁକ୍ତ ତାର ଭାଇକୁ ଫୋନ କରି ସ୍କୁଲ ଲିଭିଂ ସାର୍ଟିଫିକେଟ ମଗାଇଥିଲା। ଏଥିରୁ ତାର ନାମ ଶରିଫୁଲ ଇସ୍ଲାମ ଶହଜାଦ ମହମ୍ମଦ ରୋହିଲ୍ଲା ଅମୀନ ଫକୀର ବୟସ ୩୦ବର୍ଷ ଓ ସେ ବାଂଲାଦେଶରେ ବସବାସ କରେ ବୋଲି ଜଣାପଡ଼ିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe