କତାରରେ ବିଳାସପୂର୍ଣ୍ଣ ଘର କିଣିଲେ ସୈଫ୍

saif ali khan

ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ ବହୁତ ଦିନ ଧରି ଚର୍ଚ୍ଚାରେ ଅଛନ୍ତି। କିଛି ମାସ ତଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କ ଘର ଭିତରେ ପଶି ଅଭିଯୁକ୍ତ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣ ହେବା ପରେ ଚର୍ଚ୍ଚାରେ ଥିବା ସୈଫ୍ ଏବେ ନିଜର ବିଳାସପୂର୍ଣ୍ଣ ଘର କିଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସୈଫ୍ ଅଲ୍ଲୀ ଖାନ ଏବେ କତାରରେ ନୂତନ ବିଳାସପୂର୍ଣ୍ଣ ଘର କିଣିଛନ୍ତି। ପଟୌଦି ପ୍ୟାଲେସ୍ ଏବଂ ବାନ୍ଦ୍ରା ଆପାର୍ଟମେଣ୍ଟ, ଲଣ୍ଡନ ପରେ, ସୈଫ୍‌ ଏବେ କତାରରେ ଏକ ଘରର ମାଲିକ ହୋଇଛନ୍ତି। ସୈଫ୍ ନିଜେ ତାଙ୍କ ନୂତନ ଘର ବିଷୟରେ କହିଛନ୍ତି।

ସୈଫ୍ କତାରର ସେଣ୍ଟ ରେଜିସ୍ ମାର୍ସା ଆରବିୟ ଆଇଲାଣ୍ଡ, ଦି ପର୍ଲ କତାରରେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି। ଆଲଫର୍ଦାନ ଗ୍ରୁପର ଏକ ସାମ୍ବାଦିକ ସମ୍ମିଳନୀରେ ସୈଫ ଅଲ୍ଲୀ ଖାନ ଏହି ଘର କିଣିବା ବିଷୟରେ କହିଛନ୍ତି। ତାଙ୍କ କହିବା ମୁତାବକ, "ମୁଁ ସେଠାକୁ କିଛି କାମ କରିବାକୁ ଯାଇଥିଲି ଏବଂ କିଛି ଦିନ ପାଇଁ ସେଠାରେ ସୁଟିଂ କରୁଥିଲି। ସୁଟିଂ ପାଇଁ ମୁଁ ସେଣ୍ଟ ରେଜିସ୍ ମାର୍ସାରେ ରହିବା ପରେ ମୋତେ ତାହା ବହୁତ ପସନ୍ଦ ଆସିଥିଲା। ଏଠାରେ ମିଳୁଥିବା ସୁରକ୍ଷା ଓ ସୁବିଧାକୁ ଦେଖି ମୁଁ ଏଠାରେ ଘର କିଣିବାକୁ ନିଷ୍ପତ୍ତି ନେଲି। ମୋତେ ଏଠାରେ ଘରଠାରୁ ଦୂରରେ ଘର ପରି ଅନୁଭବ ହେଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe