ହସ୍ପିଟାଲରୁ ଘରେ ପହଞ୍ଚିବା ପରେ ସୈଫଙ୍କ ଏହା ଥିଲା ପ୍ରଥମ ଇଚ୍ଛା

Advertisment

ଘରକୁ ଫେରିବା ପରେ ସୈଫ ବିଶ୍ରାମ ନେବା ସଙ୍ଗେସଙ୍ଗେ ତାଙ୍କ ଗୃହ ସହାୟିକା ଓ ତାଙ୍କ ପୁଅ ଜେହଙ୍କ ଯତ୍ନ ନେଉଥିବା ମହିଳା ଏଲିୟମ୍ମା ଫିଲିପଙ୍କୁ ପ୍ରଥମେ ଭେଟିବାର ଇଚ୍ଛା ପ୍ରକାଶ କରିଥିଲେ। ଏଲିୟମ୍ମା ଛୁରାମାଡ଼ ସମୟରେ ଅଭିଯୁକ୍ତଙ୍କ କବଳରୁ ସୈଫଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ।

fdfrts

ମୁମ୍ବାଇ: ବଲିଉଡ ଷ୍ଟାର ସୈଫ ଅଲୀ ଖାନ୍ ଛୁରାମାଡ଼ର ଶିକାର ହେବାର ୫ଦିନ ପରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

ଜାନୁଆରି ୧୬ ତାରିଖରେ ସୈଫ ଅଲୀ ଖାନଙ୍କ ଘରେ ପଶି ଜଣେ ଦୁର୍ବୃତ୍ତ ଅଭିନେତାଙ୍କ ଉପରେ ଛଅ ଥର ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ସୈଫଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ଅଭିନେତାଙ୍କ ମେରୁଦଣ୍ଡରେ ଫସିଥିବା ଅଢ଼େଇ ଇଞ୍ଚର ଏକ ଛୁରୀ ଖଣ୍ଡକୁ ବାହାର କରି ଦେଇଥିଲେ। ଅସ୍ତ୍ରୋପଚାରର ଗୋଟିଏ ଦିନ ପରେ ସୈଫଙ୍କୁ ହସ୍ପିଟାଲରୁ ଡାକ୍ତରମାନେ ଛୁଟି କରି ଦେଇଥିଲେ। 

ଅଧିକପଢ଼ନ୍ତୁ:କିଡନୀ ରୋଗରେ ପୀଡ଼ିତ ଶାହରୁଖଙ୍କ ସହ-କଳାକାର, ଉଠାଇ ପାରୁନାହାନ୍ତି ଚିକିତ୍ସା ଖର୍ଚ୍ଚ

ଘରକୁ ଫେରିବା ପରେ ସୈଫ ବିଶ୍ରାମ ନେବା ସଙ୍ଗେସଙ୍ଗେ ତାଙ୍କ ଗୃହ ସହାୟିକା ଓ ତାଙ୍କ ପୁଅ ଜେହଙ୍କ ଯତ୍ନ ନେଉଥିବା ମହିଳା ଏଲିୟମ୍ମା ଫିଲିପଙ୍କୁ ପ୍ରଥମେ ଭେଟିବାର ଇଚ୍ଛା ପ୍ରକାଶ କରିଥିଲେ। ଏଲିୟମ୍ମା ଛୁରାମାଡ଼ ସମୟରେ ଅଭିଯୁକ୍ତଙ୍କ କବଳରୁ ସୈଫଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ।

ଅଧିକପଢ଼ନ୍ତୁ:ଚର୍ଚ୍ଚାରେ ମହାକୁମ୍ଭ‌କୁ ଆସିଥିବା ୧୦ବର୍ଷର ନାଗା ସାଧୁ

ଏଲିୟମ୍ମା ଫିଲିପଙ୍କୁ ସୈଫ ଭେଟି ଧନ୍ୟବାଦ ଜଣାଇଥିଲେ। ଏଥିସହିତ ସୈଫ ଓ କରିନା ଏଲିୟମ୍ମାଙ୍କୁ ଖୁସିରେ ଉପହାର ଦେବାକୁ ଯୋଜନା କରୁଛନ୍ତି। କହିବାକୁ ଗଲେ ସୈଫଙ୍କୁ ଛୁରାମାଡ଼ ହେବା ଘଟଣାର ଏଲିୟମ୍ମା ହିଁ ହେଉଛନ୍ତି ଏକମାତ୍ର ସାକ୍ଷୀ।  ଯିଏକି ପୁଲିସ ନିକଟରେ ନିଜର ବୟାନ ରେକର୍ଡ କରି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe