ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ଉପରେ ଛୁରାମାଡ଼ ହେବା ଘଟଣା ପରେ ଖାନ ପରିବାର ଓ ଘରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ସମ୍ପ୍ରତି ଖାନ ପରିବାର ନିଜର ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।

Advertisment

ଅଧିକପଢ଼ନ୍ତୁ:ବରଗଡ଼ ଜିଲ୍ଲା ଭଟଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ମୃତ, ୨ ଗୁରୁତର

ପ୍ରକାଶିତ ରିପୋର୍ଟ ମୁତାବକ, ‘ସୈଫ ଅଲି ଖାନ ଓ କରିନା କପୁରଙ୍କ ପିଆର ଜାନୁଆରି ୨୮ ତାରିଖରେ ଗଣମାଧ୍ୟମକୁ ସାକ୍ଷାତକାର କରି କହିଛନ୍ତି, ସୈଫ ଓ କରିନାଙ୍କ ପକ୍ଷରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି କି ଆଗାମୀ ଦିନରେ  ଖାନ ପରିବାରର ଦୁଇପୁଅ ତୈମୁର ଓ ଜହାଙ୍ଗୀରଙ୍କ ଫଟୋ ଓ ଭିଡିଓ କୈଦ କରିବେ ନାହିଁ। ସେ ଜନ୍ମଦିନ ପାର୍ଟି ହେଉ କି କୌଣସି ସ୍ଥାନରେ ଖେଳୁଥିବା ସମୟରେ ପିଲାଙ୍କ ଫଟୋ ଉଠାଇ ପାରିବେ ନାହିଁ। ଏଥିପ୍ରତି ସୈଫ ପ୍ରତିବନ୍ଧକ ଲାଗୁ କରିଛନ୍ତି।

ଅଧିକପଢ଼ନ୍ତୁ:ଖୁବଶୀଘ୍ର ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ ହେବ ‘ଲଭ୍‌ୟାପା’

ଏମିତି ତାଙ୍କ ଘର ତଳେ ଛିଡ଼ା ହେବାକୁ ବାରଣ କରିଛନ୍ତି। ସେ କରିନା ଓ ସୈଫ ଘରୁ ବାହାରିବା ସମୟରେ ହେଉ କି ଆସିବା ବେଳେ ଯେମିତି ଗଣମାଧ୍ୟମ ଉଭୟଙ୍କ ଫଟୋ ଓ ଭିଡିଓ ନେବା ପାଇଁ ହଇରାଣ ନକରନ୍ତୁ।’