ନୂଆଦିଲ୍ଳୀ: ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କୁ ଛୁରାମାଡ଼ ହେବାପରେ ଗୁରୁତର ଅବସ୍ଥାରେ ତାଙ୍କୁ ଜଣେ ଅଟୋ ଚାଳକ ଠିକ ସମୟରେ ନେଇ ହସ୍ପିଟାଲରେ ପହଞ୍ଚାଇଥିଲେ। ମୁମ୍ବାଇସ୍ଥିତ ଲୀଳାବତୀ ହସ୍ପିଟାଲରେ ସୈଫଙ୍କ ଅସ୍ତ୍ରୋପଚାର ପରେ ତାଙ୍କୁ ଘରକୁ ଛୁଟି ମିଳିଯାଇଛି।
ଅଧିକପଢ଼ନ୍ତୁ: ଟ୍ରେନ୍ ଦୁର୍ଘଟଣା ପଛରେ ଚା‘ ବିକାଳିଙ୍କ ଗୁଜବ
ଗତ ମଙ୍ଗଳବାର ଦିନ ଅଭିନେତାଙ୍କୁ ଲୀଳାବତୀ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଏହା ପୂର୍ବରୁ ସେ ପାଞ୍ଚ ମିନିଟ୍ ପାଇଁ ଛୁରାମାଡ଼ ପରେ ହସ୍ପିଟାଲ ନେବାରେ ସାହାଯ୍ୟ କରିଥିବା ଅଟୋ ଚାଳକ ଭଜନ ସିଂହ ରାଣାଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଭଜନ ହସ୍ପିଟାଲରେ ପହଞ୍ଚିବା ପରେ ସୈଫ୍ ତାଙ୍କୁ ଆଲିଙ୍ଗନ କରି ତାଙ୍କର ଭଲ କାମ ପାଇଁ ଧନ୍ୟବାଦ ଜଣାଇଥିଲେ।
ଅଧିକପଢ଼ନ୍ତୁ: ଅନ୍ୟଜାତିରେ ବିବାହ କରିଥିଲେ ବୋଲି ମହିଳାଙ୍କର କେହି ପରିଜନ ଆସିଲେ ନାହିଁ, ସାହା ହେଲେ ଶ୍ମଶାନ ବନ୍ଧୁ
ସୈଫଙ୍କ ସହିତ ସାକ୍ଷାତକାରର ସେହି ୫ମିନିଟକୁ ମନେ ପକାଇ ଅଟୋ ଚାଳକ ଭଜନ ସିଂହ ରାଣା କହିଛନ୍ତି, ‘ସୈଫ ମୋତେ ଭେଟିବା ପରେ ଧନ୍ୟବାଦ ଜଣାଇଥିଲେ। ଏଥିସହିତ ସେ ତାଙ୍କ ପୁରା ପରିବାର ସହିତ ମୋର ଭେଟ କରାଇଥିଲ। ଏହି ସମୟରେ ମୁଁ ମା’ ଶର୍ମିଲାଙ୍କ ପାଦ ସ୍ପର୍ଶ କରିଥିଲି। ସୈଫ ମୋ ଅଟୋରେ ବସିବା ପରେ ମୁଁ ମାତ୍ର ୮ମିନିଟ ଭିତରେ ହସ୍ପିଟାଲ ପହଞ୍ଚାଇ ଥିବାରୁ ଶର୍ମିଲା ମୋତେ ଧନ୍ୟବାଦ ଜଣାଇଥିଲେ।’