'ଆଦିପୁରୁଷ‌'ରେ ବଦଳିବ ଲୁକ, ବିନା ଦାଢ଼ୀରେ ନଜର ଆସିବେ ସୈଫ

Advertisment
'ଆଦିପୁରୁଷ‌'ରେ ବଦଳିବ ଲୁକ, ବିନା ଦାଢ଼ୀରେ ନଜର ଆସିବେ ସୈଫ

ମୁମ୍ବାଇ: 'ଆଦିପୁରୁଷ‌'ରେ ରାବଣଙ୍କ ଦାଢ଼ୀ ଥିବା ଦେଖି ଟ୍ରୋଲ କରିଥିଲେ ଦର୍ଶକ। ଏବେ ସୈଫଙ୍କ ଲୁକ ବଦଳାଇଲେ ନିର୍ଦ୍ଦେଶକ। ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆଦିପୁରୁଷ'ର ଟିଜର କିଛି ଦିନ ପୂର୍ବରୁ ରିଲିଜ କରାଯାଇଥିଲା। ଟିଜର ରିଲିଜ ହେବା ପରେ ଏହାକୁ ନେଇ ଅନେକ ବିବାଦ ଆରମ୍ଭ ହୋଇଥିଲା। ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନଙ୍କ ରାବଣ ଲୁକ୍ ଏବଂ ହନୁମାନ ଚରିତ୍ରରେ ନଜର ଆସିଥିବା କଳାକାରଙ୍କ ଲୁକକୁ ଲୋକେ ପସନ୍ଦ କରିନଥିଲେ। ରାବଣ ଓ ହନୁମାନ ମୁସଲମାନଙ୍କ ଭଳି ଦାଢ଼ୀ ରଖିଥିବାରୁ ଲୋକେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ। ଏହା ସହ ଫିଲ୍ମରେ କରାଯାଇଥିବା ଭିଏଫଏକ୍ସ କାମ ମଧ୍ୟ ଲୋକଙ୍କୁ ଖୁସି କରିପାରିନଥିଲା। ଏସବୁ ପାଇଁ ନିର୍ମାତା ଟ୍ରୋଲିଂର ଶିକାର ହେବା ପରେ ସୈଫଙ୍କ ଲୁକ ବଦଳିବ ବୋଲି ଚର୍ଚ୍ଚା ହେଉଛି।

ଭିଏଫଏକ୍ସ କାମ ପୁଣି ଥରେ କରାଯିବ ବୋଲି ସୂଚନା ମିଳିସାରିଥିବା ବେଳେ ଏବେ ବଦଳିବ ସୈଫଙ୍କ ଲୁକ୍। ନୂଆ ଖବର ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ସୈଫ ଅଲି ଖାନଙ୍କ ରାବଣର ଲୁକ୍ ବଦଳାଇବାକୁ ନିର୍ଦ୍ଦେଶକ ଓମ ରାଉତ ଯୋଜନା କରୁଛନ୍ତି। ରିପୋର୍ଟରେ ଦାବି କରାଯାଇଛି ଯେ 'ଆଦିପୁରୁଷ‌'ର ଟିଜରରେ ଦେଖାଯାଇଥିବା ସୈଫ ଅଲି ଖାନଙ୍କ ଦାଢ଼ୀ ଡିଜିଟାଲ ଟେକ୍ନୋଲୋଜି ସାହାଯ୍ୟରେ ହଟାଯିବ।

ଏସବୁ ପରିବର୍ତ୍ତନ ପାଇଁ ସମୟ ଲାଗୁଥିବାରୁ ରିଲିଜ ତାରିଖ ବି ଘୁଞ୍ଚିଛି। ନିର୍ଦ୍ଦେଶକ ଓମ୍‌ ରାଉତ ସୂଚନା ଦେଇ କହିଛନ୍ତି ଯେ ଟେକ୍‌ନିକାଲ୍‌ ଟିମ୍‌ଙ୍କର ଫିଲ୍ମଟିରେ କିଛି କାମ ବାକି ରହିଛି, ଯାହା ପୂରା ହେବା ପରେ ଯାଇ ଫିଲ୍ମଟି ମୁକ୍ତିଲାଭ କରିବ। ନିକଟରେ ହସ୍ତଗତ ହୋଇଥିବା ସୂଚନା ମୁତାବକ, ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରଟି ଆଗାମୀ ବର୍ଷ ଜୁନ୍‌ ୧୬ ତାରିଖରେ ରିଲିଜ୍‌ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe