କରୀନାଙ୍କ ଦ୍ବିତୀୟ ସନ୍ତ‌ାନ ଫେବ୍ରୁଆରି ଆରମ୍ଭରୁ ଜନ୍ମଲାଭ କରିବ ବୋଲି ସୂଚନା ଦେଲେ ସୈଫ୍‌

Advertisment
କରୀନାଙ୍କ ଦ୍ବିତୀୟ ସନ୍ତ‌ାନ ଫେବ୍ରୁଆରି ଆରମ୍ଭରୁ ଜନ୍ମଲାଭ କରିବ ବୋଲି ସୂଚନା ଦେଲେ ସୈଫ୍‌

PressboltNews

ମୁମ୍ବାଇ: ଅଭିନେତା ସୈଫ୍‌ ଅଲ୍ଳୀ ଖାନ ଓ କରୀନା କପୁର ସେମାନଙ୍କ ଦ୍ବତୀୟ ପିଲାର ଜନକ-ଜନନୀ ବନିବାକୁ ଯାଉଛନ୍ତି। କରୋନା ଭାଇରସ୍ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌‌ ସମୟରେ ଏପରି ଖବର ଦେଇ ଦର୍ଶକଙ୍କୁ ଚକିତ କରାଇଥିଲେ ସୈଫ୍‌ ଓ କରୀନା। ଏବେ ସୈଫ୍‌ ତାଙ୍କର ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି ଯେ କରୀନା‌ଙ୍କ ଦ୍ବିତୀୟ ସନ୍ତାନ ଫ୍ରେବୁଆରି ଆରମ୍ଭରେ ଜନ୍ମ ନେବାକୁ ଯାଉଛି। ସେ ଆହୁରି ବି କହିଛନ୍ତି ଯେ ପ୍ରସବ ତାରିଖ ଯେତେ ଯେତେ ପାଖେଇ ଆସୁଛି ସେମାନେ ସେତେ ସେତେ ଖୁସି ହୋଇ ହୋଇ ଯାଉଛନ୍ତି।

ସେ ଆହୁରି ବି କହିଛନ୍ତି ଯେ ଖୁବ୍ ଅଳ୍ପ ବ୍ୟବଧାନରେ ଆଉ ଏକ ଶିଶୁର ଦାୟିତ୍ବ ନେବା ପାଇଁ ପ୍ରସ୍ତୁତ ହେବା ଏକ ଖୁବ୍ ବଡ଼ କଥା। ମାତ୍ର କୁନି ପିଲାଟି ଯେତେବେଳେ ଘରେ ଖେଳିବ ସେ ଖୁସିର ତୁଳନା କାହା ସହ ବି କରିହେବ ନାହିଁ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ୨୦୨୦ ମସିହା ଅଗଷ୍ଟ ମାସରେ ସୈଫ୍‌ ଅଲ୍ଲୀ ଖା‌ନ୍ ଓ କରୀନା କପୁର ସେମାନଙ୍କ ଦ୍ବିତୀୟ ସନ୍ତାନର ଆଗମନ ବିଷୟରେ ଶୁଭେଚ୍ଛୁଙ୍କୁ ସୂଚନା ଦେଇଥିଲେ। ଆପଣ ଜାଣିଥ‌ିବେ ନିଶ୍ଚୟ ଯେ ତୈମୁର ଅଲ୍ଲୀ ଖାନ ହେଉଛନ୍ତି ସେମାନଙ୍କ ପ୍ରଥମ ସନ୍ତାନ। ତୈମୁର ନିଜର ମଜାକିଆ ଅନ୍ଦାଜ ପାଇଁ ସଦା ବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ତେବେ ସୈଫ୍‌ ଓ କରୀନାଙ୍କର ଏହି ଦ୍ବିତୀୟ ପିଲାଟି କିପରି ହେଉଛି ତାହା ଜାଣିବାକୁ ପାଇଁ ସଭିଙ୍କ ମନରେ ବେଶ୍‌ ଉତ୍ସୁକତା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe