ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଛୁରାମାଡ଼ ଘଟଣାକୁ ନେଇ ପ୍ରତିଦିନ ନୂଆନୂଆ ଖବର ସାମ୍ନାକୁ ଆସୁଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଶରିଫୁଲ ଇସଲାମ ଶହଜାଦଙ୍କୁ ପୁଣି ଥରେ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।
ଅଧିକପଢ଼ନ୍ତୁ:କ୍ରିକେଟର ଭଗବାନଙ୍କୁ ବିସିସିଆଇ ଦେବ ଏହି ବଡ଼ ସମ୍ମାନ
ପୁଲିସ ଏହି ମାମଲାର ତଦନ୍ତରେ ବ୍ୟସ୍ତ ଅଛି। ସମ୍ପ୍ରତି, ସିସିଟିଭିରେ ଅଭିଯୁକ୍ତ ଶହଜାଦର ଚେହେରାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ସମ୍ପ୍ରତି ଏହି ମାମଲାକୁ ନେଇ ଏକ ରିପୋର୍ଟ ଆସିଛି ଯାହା ପରେ ସମସ୍ତ ପ୍ରଶ୍ନର ଅନ୍ତ ଘଟିଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଶରିଫୁଲର ଚେହେରା ଏବଂ ସିସିଟିଭିରେ କଏଦ ହୋଇଥିବା ଚେହେରା ସମାନ। ଚେହେରା ଚିହ୍ନଟ ରିପୋର୍ଟ ପଜିଟିଭ୍ ଆସିଛି।
ଅଭିଯୁକ୍ତର ଓକିଲମାନେ ଦାବି କରି କହିଥିଲେ ଯେ ସିସିଟିଭିରେ ଦେଖାଯାଉଥିବା ଅଭିଯୁକ୍ତ ଶହଜାଦ ନୁହେଁ। ଶହଜାଦକୁ ଅଯଥାରେ ଫସାଇ ଦିଆଯାଉଛି।
ଅଧିକପଢ଼ନ୍ତୁ:ପୂର୍ବତନ କୁଳପତିଙ୍କୁ ହତ୍ୟା ମାମଲା: ଆଜୀବନ ଜେଲ୍ରେ ରହିବ ଦୋଷୀ
ମୁମ୍ବାଇ କୋର୍ଟ ଜାନୁଆରୀ ୨୯ ତାରିଖରେ ଶହଜାଦକୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛି।
ଜାନୁଆରି ୧୬ ତାରିଖ ପ୍ରତ୍ୟୁଷରେ ସୈଫ ଅଲ୍ଲୀ ଖାନଙ୍କ ଘରେ ଆକ୍ରମଣ ହୋଇଥିଲା। ଅଭିଯୁକ୍ତ ଜଣକ ସୈଫଙ୍କ ଉପରେ ୬ ଥର ଛୁରୀରେ ଆକ୍ରମଣ କରିଥିଲା। ଯେଉଁଥିରେ ସୈଫ୍ ଗୁରୁତର ଆହତ ହୋଇଥିଲେ। ଏହାପରେ ସୈଫଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସୈଫଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ସୈଫଙ୍କୁ ୫ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।