ଝାରସୁଗୁଡ଼ା: ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ. ଧ୍ରୁବରାଜ ନାୟକଙ୍କୁ ହତ୍ୟା ମାମଲାରେ ଝାରସୁଗୁଡ଼ା ଏଡିଜେ କୋର୍ଟ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରବୀଣ ଧୂରିଆଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।
ଏହି ଖବର ପଢ଼ନ୍ତୁ: ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ପାଇଁ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଅନ୍ଧାରୀ ଜଙ୍ଗଲର ସଂରକ୍ଷକ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ସୁନାମଧନ୍ୟ ଆଦର୍ଶ ପରିବେଶ କର୍ମୀ ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ୨୦୨୧ ଜୁଲାଇ ୨୭ ତାରିଖ ସକାଳୁ ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ କୁଅଁରମାଲ ଗ୍ରାମର ଜଣେ ଦୁର୍ବୃତ୍ତଙ୍କ ଟାଙ୍ଗିଆରେ ହତ୍ୟା କରିଥିଲା।
ଏହି ଖବର ପଢ଼ନ୍ତୁ: ଅର୍ଥନୈତିକ ସର୍ଭେ: ୨୦୨୫-୨୬ରେ ୬.୩% - ୬.୮% ରହିବ ଆର୍ଥିକ ଅଭିବୃଦ୍ଧି
ସୂଚନାଯୋଗ୍ୟ, ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଡ. ଧ୍ରୁବରାଜ ନାୟକଙ୍କୁ ୨୦୨୧ ଜୁଲାଇ ୨୭ ତାରିଖରେ ହତ୍ୟା କରାଯାଇଛି। ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କୁଅଁରମାଲ (ସରଗିଗୁଡା)ଠାରେ ତାଙ୍କୁ ହତ୍ୟା କରାଯାଇଥିଲା। ମଦ ପିଇବା ପାଇଁ ୧୦୦ ଟଙ୍କା ନଦେବାରୁ ଜଣେ ମଦ୍ୟପ ହତ୍ୟା କରିଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା।
ଏହି ଖବର ପଢ଼ନ୍ତୁ: ମମତା ଓ ଲକ୍ଷ୍ମୀଙ୍କୁ ମହାମଣ୍ଡଳେଶ୍ୱର ପଦରୁ ବାହାର କରାଗଲା
ମାମଲାରୁ ଜଣାଯାଏ ଯେ, ଅନ୍ଧାରୀ ଜଙ୍ଗଲର ସଂରକ୍ଷକ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ସୁନାମଧନ୍ୟ ଆଦର୍ଶ ପରିବେଶ କର୍ମୀ ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ୨୦୨୧ ଜୁଲାଇ ୨୭ ତାରିଖ ସକାଳୁ ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ କୁଅଁରମାଲ ଗ୍ରାମର ଜଣେ ଦୁର୍ବୃତ୍ତଙ୍କ ଟାଙ୍ଗିଆରେ ହତ୍ୟା କରିଥିଲା। କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରବୀଣ ଧୂରିଆ ସକାଳେ ତାଙ୍କ ଘରକୁ ଯାଇ ମଦ୍ୟପାନ କରିବା ଲାଗି ୧୦୦ଟଙ୍କା ମାଗିଥିଲା। ଏହାକୁ ନେଇ ଦୁର୍ବୃତ୍ତଓ ପ୍ରଫେସର ନାଏକଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ଟଙ୍କା ନମିଳିବାରୁ ଦୁର୍ବୃତ୍ତ ଜଣଙ୍କ ଟାଙ୍ଗିଆରେ ଗୋଟିଏ ଚୋଟ ମାରିଥିଲା। ଗୁରୁତର ଅବସ୍ଥାରେ ପ୍ରଫେସର ନାଏକଙ୍କୁ ପରିବାର ଲୋକେ ଝାରସୁଗୁଡା ସହର ସ୍ଥିତ ଏକ ନର୍ସିଂ ହୋମରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ମାତ୍ରେ ପଶ୍ଚିମ ଓଡିଶା ସମେତ ରାଜ୍ୟର ଶିକ୍ଷା ଜଗତରେ ଶୋକର ଛାୟା ଖେଳିଯାଇଥିଲା।
ଏହି ଖବର ପଢ଼ନ୍ତୁ: ମନୋଜ ଆଚାର୍ଯ୍ୟଙ୍କ ଆଗୁଆ ଜାମିନ ଆବେଦନ ଖାରଜ