ସୈଫଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ଏହି ବ୍ୟକ୍ତିଙ୍କୁ ପ୍ରଥମ କଲ୍ କରିଥିଲେ କରୀନା

ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ପରେ, ତାଙ୍କ ପତ୍ନୀ କରୀନା କପୁର ପ୍ରଥମେ କାହାକୁ ଫୋନ୍ କରିଥିଲେ? କାହାର ସହାୟତାରେ ଅଭିନେତାଙ୍କୁ ହସ୍ପିଟାଲ ନିଆଯାଇଥିଲା? ଜାଣନ୍ତୁ।

wqrewq

ମୁମ୍ବାଇ: ଗୁରୁବାର ଭୋର ସମୟରେ ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଅଭିନେତାଙ୍କୁ ତୁରନ୍ତ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଖବର ଶୁଣିବା ପରେ, କେବଳ ଗୋଟିଏ ପ୍ରଶ୍ନ ଉଠୁଥିଲା ଯେ ଆକ୍ରମଣ ସମୟରେ ପତ୍ନୀ କରୀନା କପୁର କେଉଁଠି ଥିଲେ ଏବଂ ସେ କ'ଣ କରୁଥିଲେ।

ପରେ ସୂଚନା ମିଳିଲା ଯେ, ଆକ୍ରମଣ ସମୟରେ ସୈଫଙ୍କ ପତ୍ନୀ କରୀନା କପୁର ଘରେ ହିଁ ଥିଲେ। ଚୋରି କରିବାର ଉଦ୍ଦେଶ୍ୟ ସହିତ ଅଭିଯୁକ୍ତ ଘର ଭିତରକୁ ଯିବା ପରେ ପ୍ରଥମେ ଗୃହ ସହାୟିକାଙ୍କ ରୁମକୁ ଯାଇଥିଲା। ଗୃହ ସହାୟିକା ଚିତ୍କାର କରିବାରୁ ସୈଫ ନିଜ ରୁମ୍ ବାହାରକୁ ଆସିଥିଲେ। ଏହା ପରେ ସୈଫ୍ ଚୋରକୁ ଧରିବାକୁ ଚେଷ୍ଟା କରିଥିଲେ ଏବଂ ଏହି ସମୟରେ ସେ ଅଭିନେତାଙ୍କୁ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲା। ସୈଫଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି କରୀନା ଡରିଯିବା ସହ ତୁରନ୍ତ ବଡ଼ ପୁଅ ଇବ୍ରାହିମ୍ ଅଲୀ ଖାନଙ୍କୁ କଲ୍ କରିଥିଲେ। ଏହା ପରେ କରୀନା ତାଙ୍କ ନଣଦ ସୋହା ଅଲୀ ଖାନ ଏବଂ କୁନାଲ ଖେମୁଙ୍କୁ ମଧ୍ୟ ଫୋନ୍ କରିଥିଲେ। କରୀନାଙ୍କ ଫୋନ କଲ୍ ପାଇ ଇବ୍ରାହିମ୍ ତୁରନ୍ତ ଆସିବା ପରେ ଡ୍ରାଇଭର ନଥିବାରୁ ଅଟୋରେ ସୈଫଙ୍କୁ ଡାକ୍ତରଖାନା ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe