ମୁମ୍ବାଇ: ଗତ ବୁଧବାର ରାତିରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଘର ଭିତରେ ବିଲଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ କ୍ରମାଗତ ଭାବେ ୬ଥର ଛୁରାମାଡ଼ ହୋଇଥିଲା। ଏହି ଛୁରାମାଡ଼ରେ ସୈଫ ଗୁରୁତର ଆହତ ହୋଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ବିପଦମୁକ୍ତ ଅଛନ୍ତି। ତାଙ୍କ ଶରୀରରେ ଦୁଇଟି ସ୍ଥାନରେ ଗଭୀର ଆଘାତ ଲାଗିଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ଅଧିକପଢ଼ନ୍ତୁ:୮ମ ବେତନ ଆୟୋଗ ଗଠନକୁ କ୍ୟାବିନେଟ ଅନୁମୋଦନ

Advertisment

ଖବର ମିଳିଛି କି, ସୈଫ ଗୁରୁତର ଆହତ ହେବାପରେ ତାଙ୍କୁ ଚିକିତ୍ସା ପାଇଁ ପୁଅ ଇବ୍ରାହିମ ଅଲି ଖାନ ଏକ ଅଟୋରିକ୍ସା ଯୋଗେ ମୁମ୍ବାଇସ୍ଥିତ ଲୀଳାବତୀ ହସ୍ପିଟାଲ ନେଇଯାଇଥିଲେ। କାରଣ ଏହି ସମୟରେ ଘରେ କେହି ବି ଜଣେ ହେଲେ ଚାଳକ ଉପସ୍ଥିତ ନଥିଲେ।

ଏମିତି କି ଇବ୍ରାହିମ ଯାହାଙ୍କୁ ଫୋନ କରିଥି‌ଲେ ସୈଫଙ୍କୁ ହସ୍ପିଟାଲ ନେବାକୁ କେହିବି ସଙ୍ଗେସଙ୍ଗେ ପ୍ରସ୍ତୁତ ନଥି‌ଲେ। ‌lଅନ୍ୟ ଲୋକଙ୍କ ସାହାଯ୍ୟରେ ସୈଫଙ୍କୁ ହସ୍ପିଟାଲ ନେବାକୁ ହୋଇଥିଲେ ସମୟ ଲାଗି ଥାଆନ୍ତା। ତେଣୁ ଇବ୍ରାହିମ ସମୟ ନଷ୍ଟ ନକରି ଅଟୋରିକ୍ସା ଯୋ‌ଗେ ଗରୁତର ବାପା ସୈଫଙ୍କୁ ଠିକ ସମୟରେ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଲୀଳାବତୀ ହସ୍ପିଟାଲ ସୈଫଙ୍କ ଘର ଠାରୁ ମାତ୍ର ୨କିଲୋମିଟର ଦୂରରେ ଅବସ୍ଥିତ।

 ଅଧିକପଢ଼ନ୍ତୁ:ମୋ ରାସ୍ତା ରୋକ ନାହିଁ; ଅଲିବାଗ ଯିବା ବାଟରେ ପ୍ରଶଂସକଙ୍କ ଉପରେ ରାଗିଗଲେ ବିରାଟ

ତେବେ ସୈଫଙ୍କ ଘର କଡ଼ା ସୁରକ୍ଷା ବ୍ୟବସ୍ଥାରେ ଥିବା ଆକ୍ରମଣକାରୀ କିପରି ପ୍ରବେଶ କଲେ?  ପୁଣି ଆକ୍ରମଣ କରିବା ପରେ କେମିତି ଘଟଣାସ୍ଥଳରୁ ଫେରାର ହୋଇ ପାରିଲେ? ସୈଫଙ୍କ ଘରେ ଏତେ ସୁରକ୍ଷାକର୍ମୀ ଥାଇ ମଧ୍ୟ କେହି କେମିତି ଆକ୍ରମଣକାରୀଙ୍କୁ କାବୁ କରି ପାରିଲେ ନାହିଁ? ଏମିତି ଅନେକ ପ୍ରଶ୍ନବାଚୀ ସୈଫଙ୍କ ପ୍ରଶଂସକଙ୍କ ମଧ୍ୟରେ ଉଙ୍କି ମାରୁଛି।