ବାଲକୋନି ପେଣ୍ଟିଂ କଲେ ସୈଫ ଓ ତୈମୁର

Advertisment
ବାଲକୋନି ପେଣ୍ଟିଂ କଲେ ସୈଫ ଓ ତୈମୁର

hindisamachar.news

ଲକ୍‌ଡାଉନରେ ଘରେ ସମୟ ବିତାଉଥିବା ସୈଫ ଅଲ୍ଲୀ ଖାନ ନିଜ ବାଲକୋନିକୁ ଫୁଲର ପେଣ୍ଟିଂରେ ସଜାଉଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ କରିନା ନିଜ ସୋସିଆଲ ମିଡିଆ ପୃଷ୍ଠାରେ ସେୟାର କରିଛନ୍ତି। ସୈଫ ଧଳା କୁର୍ତା ପାଇଜାମା ଓ ମୁଣ୍ଡରେ‌ କପଡ଼ା ବାନ୍ଧି ନିଜ ବାଲକୋନିରେ ବଡ଼ ନୀଳ ରଙ୍ଗର ଫୁଲ ଆଙ୍କୁଥିବା ଦେଖିବାକୁ ମିଳିଛନ୍ତି। ଏଥିସହ ତାଙ୍କ ପୁଅ ତୈମୁର ମଧ୍ୟ ତାଙ୍କ ବାଲକୋନି କାନ୍ଥରେ ପେଣ୍ଟିଂ କରୁଥିବା ଦେଖିବାକୁ ମିଳିଛନ୍ତି। ଏହାକୁ ମଧ୍ୟ କରିନା ସେୟାର କରି ଲେଖିଛନ୍ତି, ଯଦି ତୁମ ସୃଜନତା ଆଗରେ କାନ୍ଥ ବାଟ ଓଗାଳୁଛି , ତେବେ ତା’ ଉପରେ ପେଣ୍ଟିଂ କର। କରିନାଙ୍କର ଏହି କ୍ୟାପ୍ସନ ‌ଅନେକ ପ୍ରଶଂସକଙ୍କୁ ପସନ୍ଦ ଆସିଛି। ଏହାର ଜବାବରେ ଜଣେ ପ୍ରଶଂସକ କହିଛନ୍ତି, ବେବୋ ଆପଣ ଆମକୁ ଏହି କ୍ୟାପ୍ସନ ମାଧ୍ୟମରେ ଶିଖାଇ ଦେଇଛନ୍ତି ଯେ କ୍ୟାପ୍ସନଟିଏ କେମିତି ‌ଲେଖାଯିବା ଦରକାର। କରିନା ନିଜ ପରିବାର ମଧ୍ୟରେ ଘଟୁଥିବା ଏହିଭଳି କିଛି ମଜାଦାର କଥା ବାରମ୍ବାର ସେୟାର କରୁଥିବା ଦେଖିବାକୁ ମିଳୁଛି। ନିକଟରେ ସେ ନିଜ ପୁଅକୁ ଏକ ଠେକୁଆ ବେଶରେ ସଜେଇଥିବା ବେଳେ ସୈଫ ପୁଅ ପଛରେ ଥାଇ ଏ ଦୃଶ୍ୟକୁ ବେଶ୍‌ ଉପଭୋଗ କରୁଥିବା ଫଟୋରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe