ଆତ୍ମଜୀବନୀ ଲେଖିବାରୁ ଓହରିଲେ ସୈଫ୍

Advertisment
ଆତ୍ମଜୀବନୀ ଲେଖିବାରୁ ଓହରିଲେ ସୈଫ୍

thenews.com.pk

ବଲିଉଡ୍‌ର ଛୋଟେ ନ​ଵାବ୍ ସୈଫ୍ ଅଲ୍ଲୀ ଖାନ୍ ଆତ୍ମଜୀବନୀ ଲେଖା ଯୋଜନାକୁ ବଦଳାଇଛନ୍ତି। ଅଗଷ୍ଟ ୨୦୨୦ରେ ନିଜ ଆତ୍ମଜୀବନୀ ଲେଖିବାକୁ ନେଇ ଉତ୍ସାହିତ ଥିବା ସୈଫ୍ କହିଛନ୍ତି, ସେ ତାଙ୍କ ସଚ୍ଚୋଟ ଆତ୍ମଜୀବନୀ ଉପରେ ଲୋକଙ୍କ ଖରାପ କମେଣ୍ଟ ଗ୍ରହଣ କରିବେ ନାହିଁ। କାରଣ ଦେଶରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନକାରାତ୍ମକ ପ୍ରବୃତିର। ତେଣୁ ସେ ଯୋଜନାରେ ପରିବର୍ତ୍ତନ ଆଣିବା ସହିତ ତାଙ୍କ ପ୍ରକାଶକଙ୍କୁ ମଧ୍ୟ ବହି ପ୍ରକାଶ ବିଷୟରେ କିଛି କହିନଥିବା କହିଛନ୍ତି।

ବର୍ତ୍ତମାନ ଧର୍ମଶାଳାରେ ଭୂତପୁଲିସ୍ ଚଳଚ୍ଚିତ୍ରର ସୁଟିଂ କରୁଥିବା ସୈଫ୍ ପୂର୍ବରୁ କହିଥିଲେ ଯେ ତାଙ୍କ ଆତ୍ମଜୀବନୀ ଦ୍ବାରା ଲୋକେ ତାଙ୍କ ପରିବାର, ଫିଲ୍ମ କ୍ୟାରିୟରର ସଂଘର୍ଷ, ସଫଳତା ଓ ବିଫଳତା ଉପରେ ଜାଣିବେ। ଏହା ସହ ବହୁତ କିଛି ପୁରୁଣା ସ୍ମୃତି, ଯାହାକୁ ତାଜା ରଖିବା ପାଇଁ ଏହି ବହି ସହାୟ ହେବ ବୋଲି ସେ କହିଥିଲେ। ମାତ୍ର ବର୍ତ୍ତମାନ ବଲିଉଡ୍‌ର ନେପୋଟିଜମ୍ ବିବାଦ ପରେ ସେ ଆଉ ଆତ୍ମଜୀବନୀ ଲେଖିବେ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe