ନୂଆ ଘରକୁ ଯିବେ ସୈଫ୍‌, କରିନା ଓ ତୈମୁର

Advertisment
ନୂଆ ଘରକୁ ଯିବେ ସୈଫ୍‌, କରିନା ଓ ତୈମୁର

The Shoutfeed

ପତ୍ନୀ କରିନା କପୁର ଖାନ୍‌ ଓ ପୁଅ ତୈମୁରଙ୍କ ସହ ଆଉ ଏକ ବଡ଼ ନୂଆ ଘରକୁ ଯିବେ ଛୋଟେ ନୱାବ ସୈଫ୍‌ ଅଲ୍ଲୀ ଖାନ୍‌। ତାଙ୍କ ବାସଭବନର ଠିକ୍‌ ସାମ୍‌ନାରେ ଏହି ନୂଆ ଘର ନିର୍ମାଣ କରାଯାଉଛି। ସୈଫ୍‌ଙ୍କୁ ବାରମ୍ବାର ବାହାରେ ଦେଖିବାକୁ ମିଳୁଥିବା ବେଳେ ମୁମ୍ବାଇ ମିରର୍‌ର ପ୍ରଶ୍ନର ଉତ୍ତରରେ ସୈଫ୍ କହିଛନ୍ତି, ମୋ ବାସଭବନର ସମ୍ମୁଖରେ ମୁଁ ଆଉ ଗୋଟେ ଘର ନିର୍ମାଣ କରୁଛି। ଏହି ନିର୍ମାଣ କାର୍ଯ୍ୟ ଦେଖିବାକୁ ହିଁ ମୁଁ ଯାଏ। ‌ସୈଫ୍‌ ଏବେ ରହୁଥିବା ପୁରୁଣା ଘରକୁ ଭଡ଼ାରେ ଦେଇ ‌ନୂଆ ଘରେ ରହିବାର ଯୋଜନା କରୁଛନ୍ତି। ଏବେ ଲକ୍‌ଡାଉନ୍‌ରେ ସୈଫ୍ ନିଜ ପରିବାର ସହ ସମୟ ବିତାଉଛନ୍ତି। କରିନା, ତୈମୁରଙ୍କ ସହ ଭଉଣୀ ସୋହା ଅଲ୍ଲୀ ଖାନ୍‌, ଭିଣୋଇ କୁନାଲ ଖେମୁଙ୍କ ସହ ଲକ୍‌ଡାଉନ୍‌ ସମୟ ଅତିବାହିତ କରୁଛନ୍ତି। ବେଳେ ବେଳେ ସୈଫ୍‌ଙ୍କ ଝିଅ ସାରା ଓ ପୁଅ ଇବ୍ରାହିମ୍‌ ମଧ୍ୟ ସୈଫ୍‌ଙ୍କ ପାଖକୁ ଆସିଥାନ୍ତି। ତାଙ୍କର ଅନ୍ୟ ଜଣେ ଭଉଣୀ ସାବା ମଧ୍ୟ ମୁମ୍ବାଇରେ ଅଛନ୍ତି। କିନ୍ତୁ ମା’ ଶର୍ମିଳା ଟାଗୋର ଲକ୍‌ଡାଉନ୍‌ ଯୋଗୁଁ ଦିଲ୍ଲୀରେ ରହିଯାଇଥିବା ବେ‌ଳେ ସେ‌ଠାକାର ଏକ ଘରର ନିର୍ମାଣ କାର୍ଯ୍ୟ ଦେଖୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe