ଏହି ସିନେମା ପାଇଁ ତୈମୁର୍‌କୁ ‘ସରି’ କହିଥିଲେ ସୈଫ୍‌

Advertisment

ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ‘ଆଦିପୁରୁଷ’ ଫିଲ୍ମରେ ରାବଣ ଚରିତ୍ରରେ ଅବତୀର୍ଣ୍ଣ ହୋଇ ବହୁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଅଭିନେତା ନିଜେ ସ୍ବୀକାର କରିଛନ୍ତି ଯେ ଓମ୍ ରାଉତଙ୍କର ଏହି ସିନେମାରେ ଅଭିନୟ କରି ସେ ନିଜ ପୁଅ ତୈମୁରଙ୍କ ଦ୍ବାରା ବି ସମାଲୋଚିତ ହୋଇଛନ୍ତି।

ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ‘ଆଦିପୁରୁଷ’ ଫିଲ୍ମରେ ରାବଣ ଚରିତ୍ରରେ ଅବତୀର୍ଣ୍ଣ ହୋଇ ବହୁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଅଭିନେତା ନିଜେ ସ୍ବୀକାର କରିଛନ୍ତି ଯେ ଓମ୍ ରାଉତଙ୍କର ଏହି ସିନେମାରେ ଅଭିନୟ କରି ସେ ନିଜ ପୁଅ ତୈମୁରଙ୍କ ଦ୍ବାରା ବି ସମାଲୋଚିତ ହୋଇଛନ୍ତି।

 Moneycontrol

ମୁମ୍ବାଇ: ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ‘ଆଦିପୁରୁଷ’ ଫିଲ୍ମରେ ରାବଣ ଚରିତ୍ରରେ ଅବତୀର୍ଣ୍ଣ ହୋଇ ବହୁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଅଭିନେତା ନିଜେ ସ୍ବୀକାର କରିଛନ୍ତି ଯେ ଓମ୍ ରାଉତଙ୍କର ଏହି ସିନେମାରେ ଅଭିନୟ କରି ସେ ନିଜ ପୁଅ ତୈମୁରଙ୍କ ଦ୍ବାରା ବି ସମାଲୋଚିତ ହୋଇଛନ୍ତି। ସୈଫ୍ କହିଛନ୍ତି ଯେ ଆଦିପୁରୁଷର ରାବଣ ଚରିତ୍ରକୁ ତୈମୁର ଆଦୌ ବି ପସନ୍ଦ କରନ୍ତି ନାହିଁ। ସେହି କାରଣରୁ ସେ ନିଜ ପୁଅକୁ କ୍ଷମା ବି ମାଗିଛନ୍ତି।
ସୈଫ୍ କୁହନ୍ତି କି ତୈମୁର୍ ଭୁଲ୍କୁ ଭୁଲ୍ କହିବାରେ ଆଦୌ ବି ସଂକୋଚ କରନ୍ତି ନାହିଁ। ନେଟଖଫ୍ଲିକ୍ସ ଇଣ୍ଡିଆର ୟୁଟ୍ୟୁବ୍ ଚ୍ୟାନେଲରେ ସୈଫ୍ ଅଲ୍ଲୀ ଖାନ୍ ଓ ଜୟଦୀପ ଅଲ୍ହାବାଦ୍ ନଜର ଆସିଥିଲେ। ଦୁହେଁ ପରସ୍ପରଙ୍କ ସହ ଅନେକ ମଜାଦାର କଥା ହୋଇଥିଲା। 
ଏହି କଥା ମଝିରେ ଯେବେ ପଟୌଦୀ ନବାବଙ୍କୁ ତାଙ୍କ ପିଲାମାନେ ତାଙ୍କର ସିନେମା ଦେଖନ୍ତି କି ନାହିଁ ବୋଲି ପ୍ରଶ୍ନ କରାଗଲା ତ ସେ ତାହାର ଉତ୍ତରରେ ଏହି କଥାକୁ କହିଥିଲେ।
ସୈଫ୍ କହିଛନ୍ତି, ‘‘ମୋ ସହ ସିନେମାକୁ ଦେଖିବା ପରେ ତୈମୁର ମୋ ମୁହଁକୁ ଅଜବ ଭାବେ ଦେଖିଲା। ମୁଁ ତାକୁ ଚାହିଁ କହିଲି, ‘ସରି’। ସେ ପୁଣି ମୋତେ କହିଲା, ’ଇଟ୍ସ ଓକେ’। ସେ ମୋତେ କ୍ଷମା ବି କରିଦେଲା।’’
‘ଆଦିପୁରୁଷ’ ସିନେମାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭୂମିକା ନିଭାଇଥିଲେ ଦକ୍ଷିଣାଞ୍ଚଳର ତାରକା ପ୍ରଭାସ ଓ ଅଭିନେତ୍ରୀ କ୍ରିତି ସନନ୍ ହୋଇଥିଲେ ମାଆ ସୀତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe