ଶିଶୁ ଦିବସରେ ସୈଫ୍‌ ଅଲ୍ଲୀ ଖାନ୍‌ ପୁଅ ତୈମୁରକୁ କ’ଣ ଉପହାର ଦେଲେ ?

ଶିଶୁ ଦିବସରେ ସୈଫ୍‌ ଅଲ୍ଲୀ ଖାନ୍‌ ପୁଅ ତୈମୁରକୁ କ’ଣ ଉପହାର ଦେଲେ ?

photo-Navbharattimes

ମୁମ୍ବାଇ:ବଲିଉଡ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ତାଙ୍କ ପୁଅ ତୈମୁରକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି। ଏବେ ପୁଣି ଏକ କଥା ସାମ୍ନାକୁ ଆସଛି। ଶିଶୁ ଦିବସରେ ସମସ୍ତେ ଶିଶୁଙ୍କୁ କିଛି ଉପହାର ଦେବାଲାଗି ଚିନ୍ତା କରିଥାନ୍ତି। ଏଥିରୁ ବାଦ୍‌ ପଡ଼ି ନାହାନ୍ତି ସୈଫ୍‌ ଅଲ୍ଲୀ ଖାନ୍‌। ସୈଫ୍‌ ଅଲ୍ଲୀ ଖାନ୍‌ ବି ତାଙ୍କ ପୁଅ ତୈମୁର ଲାଗି ଏକ ଉପହାର ସ୍ଥିର କରିଥିବା ଜଣାଯାଇଛି।

publive-image photo-auto.ndtv.com

ସୈଫ୍‌ କହିଛନ୍ତି ଯେ ସେ ଶିଶୁ ଦିବସରେ ପୁଅକୁ ଏକ କାର୍‌ ଉପହାର ଦେବେ ଯାହାର ମୂଲ୍ୟ ପ୍ରାୟ୧.୩ କୋଟି ବୋଲି କୁହାଯାଉଛି। ଏହା ହେଲା ଏସ ଆର ଟି କାର୍‌। ଏହି କାରରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିବା ହେତୁ ସେ ଏହି କାରଟି କିଣିବେ ବୋଲି କହିଛନ୍ତି ସୈଫ୍‌ ଅଲ୍ଲୀ ଖାନ୍‌। ସେ ଏହି କାରରେ ତୈମୁରଙ୍କୁ ବୁଲାଇବାକୁ ନେବାକୁ ଠିକ୍‌ କରିଛନ୍ତି। ସୈଫ୍‌ ଏକ ଲାଲ ରଙ୍ଗର ଏସ ଆରଟି କାର୍‌ କିଣିଥିବାର ଦେଖିବାକୁ ମିଳିଛି।

କେବେ ସେ ଏହି କାରରେ ପୁଅକୁ ବୁଲାଇ ନେବେ ଏବଂ ତାର ଫଟୋ ସୋସିଆଲ ମିଡିଆରେ ସେଆର କରିବେ ତାକୁ ଅପେକ୍ଷା କରିଛନ୍ତି ଫ୍ୟାନମାନେ। ଏଠାରେ ସୂଚନାଯୋଗ୍ୟ ଯେ ତୈମୁର ଆସନ୍ତା ମାସ ୨୦ ତାରିଖରେ ବର୍ଷକର ହେଉଛନ୍ତି। ତାଙ୍କର ପ୍ରଥମ ଜନ୍ମ ଦିବସ ପାଳନ ଲାଗି ଏବେଠୁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe