ଏହି ମଡେଲ୍‌ଙ୍କ କାରଣରୁ ସୈଫଙ୍କ ପ୍ରଥମ ବିବାହ ବିଗିଡ଼ି ଯାଇଥିଲା

Advertisment
ଏହି ମଡେଲ୍‌ଙ୍କ କାରଣରୁ ସୈଫଙ୍କ ପ୍ରଥମ ବିବାହ ବିଗିଡ଼ି ଯାଇଥିଲା

Photo: Zee News

ମୁମ୍ବାଇ: ବଲିଉଡ଼୍‍ ଆକ୍‌ଟ୍ରେସ୍‌ କରୀନା କପୁର୍‌ ଖାନ୍‌ ୨୦୧୨ ମସିହାରେ ବଲିଉଡର ନବାବ୍‌ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ପ୍ରେମ ବିବାହ କରିଥିଲା ବେଳ, କରୀନାଙ୍କ ପୂର୍ବରୁ ସୈଫ୍‌ଙ୍କ ଦିଲ୍‌ ଅନ୍ୟ ଜଣଙ୍କ ଠାରେ ଅଟକି ରହିଥିଲା। ସେ ହେଉଛନ୍ତି ଇଟାଲୀର ବାସିନ୍ଦା ରୋଜା କୈଟଲାନୋ, ଯିଏକି ବୃତ୍ତିରେ ଜଣେ ମଡ଼େଲ ଥିଲେ। ତେବେ ସେତେବେଳେ ଏହା ମଧ୍ୟ କୁହାଯାଉଥିଲା କି ରୋଜାଙ୍କ କାରଣରୁ ସୈଫ୍‌ଙ୍କର ପ୍ରଥମ ବିବାହଟି ଅସଫଳ ହୋଇଥିଲା। ଏଥିସହିତ ଏହା ମଧ୍ୟ ଶୁଣାଯାଉଥିଲା କି ସୈଫ୍‌ ଓ ରୋଜାଙ୍କ ମଧ୍ୟରେ ଦୁଇ ବର୍ଷର ପ୍ରେମସଂପର୍କ ରହିବା ସହିତ ଏମାନେ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ।

ଆପଣଙ୍କ ସୂଚନା ପାଇଁ ଜଣାଉଛୁ କି ଅକ୍ଟୋବର୍‌ ୧୯୯୧ରେ ସୈଫ୍‌ ଅଲ୍ଲୀ ଖାନ୍‌ ତାଙ୍କଠାରୁ ବୟସରେ ଯଥେଷ୍ଟ ବଡ଼ ତଥା ସିନିୟର୍‌ ଆକ୍‌ଟ୍ରେସ୍‌ ଅମୃତା ସିଂହଙ୍କ ସହିତ ପ୍ରେମ ବିବାହ କରିଥିଲେ। ସେତେବେଳେ ସୈଫ୍‌ଙ୍କର ବୟସ ଥିଲା ମାତ୍ର ୨୧ ବର୍ଷ। ଯେଉଁ ସମୟରେ କି ତାଙ୍କର କ୍ୟାରିୟର୍‌ ଆରମ୍ଭ ବି ହୋଇ ନ ଥିଲା। ଏହି କାରଣରୁ ସୈଫ୍‌ଙ୍କ ଘରଲୋକ ଏହି ବାହାଘରକୁ ଘୋର ବିରୋଧ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe