'ତାରକ ମେହେଟା କା ଉଲଟା ଚଷମା'ରେ ଆଉ ନଜର ଆସିବେନି ଶୈଳେସ ଲୋଢା

Advertisment
ଜେଠାଲାଲ ଭୂମିକାରେ ନଜର ଆସିଥାନ୍ତେ ଏହି କଳାକାର, ମନା କରିବାରୁ ଦିଲୀପଙ୍କୁ ମିଳିଥିଲା ସୁଯୋଗ

ମୁମ୍ବାଇ: ସୋନି ସବରେ ପ୍ରସାରିତ ହେଉଥିବା 'ତାରକ ମେହେଟା କା ଉଲଟା ଚଷମା' ସୋ ଆପଣ ଦେଖୁଛନ୍ତି କି ? ଯଦି ହଁ, ତେବେ ଆପଣଙ୍କ ପାଇଁ ଏକ ଦୁଃଖଦ ଖବର ଅଛି | ଟେଲିଭିଜନ୍ ଦୁନିଆରେ ଦୀର୍ଘ ଦିନ ଧରି ଚାଲୁଥିବା ଶୋ 'ତାରକ ମେହେଟା କା ଉଲଟା ଚଷମା' ସହିତ ଜଡିତ ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ |

ମିଳିଥିବା ସୂଚନା ମୁତାବକ ଏହି ଶୋ’ର ମୁଖ୍ୟ ଅଭିନେତା ଶୈଳେସ ଲୋଢା ପ୍ରାୟ ୧୪ ବର୍ଷ ପରେ ସୋ ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି | ମିଡିଆ ରିପୋର୍ଟ ଅନୁଯାୟୀ ସେ ସୋ ପାଇଁ ସୁଟିଂ ବନ୍ଦ କରି ଦେଇଛନ୍ତି। ଶୈଳେସ ଲୋଢା ଏହି ସୋ ରେ ତାରକ ମେହେଟା ଚରିତ୍ରରେ ଅଭିନୟ କରୁଥିଲେ | ସୂଚନା ଥାଉ କି ଏହି ସୋ'ର ଜଣାଶୁଣା ଚେହେରା ଦିଶା ବକାନି ଓରଫ ଦୟା ବେନଙ୍କ ପରେ, ଶୈଳେସ ଲୋଢା ସୋ ଛାଡିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି |

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଶୈଳେସ ଲୋଢା ସୋ ପାଇଁ ସୁଟିଂ ବନ୍ଦ କରି ଦେଇଛନ୍ତି ଏବଂ ସୋ ଛାଡିବାକୁ ମନସ୍ଥ କରିଛନ୍ତି। କୁହାଯାଉଛି ଯେ ସେ ଗତ ଏକ ମାସ ଧରି ସୋ’କୁ ଫେରି ନାହାଁନ୍ତି। କୁହାଯାଉଛି ଯେ ଶୈଳେସ ସୋ’ର ନିର୍ମାତାମାନଙ୍କ ଉପରେ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାରକ ମେହେଟ୍ଟା ପ୍ରଡକ୍ସନ୍ ହାଉସ୍ ମଧ୍ୟ ତାଙ୍କୁ ସଠିକ୍ ଭାବରେ ମନାଇବାରେ ବିଫଳ ହୋଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe