୪ଦିନରେ ୧୦୦କୋଟି ପାର୍ କଲା 'ସୈୟାରା', ଫିକା ପଡ଼ିଲେ ଅନେକ ସୁପରଷ୍ଟାର

ଅଦ୍ୟତନ ହୋଇଛି
New Project (19)

ମୁମ୍ବାଇ: 'ସୈୟାରା' ଝଡ଼ରେ ଫିକା ପଡ଼ିଲେ ସୁପରଷ୍ଟାର। ରିଲିଜ୍ ହେଉ ହେଉ ଅନେକ ବଡ଼ ବଡ଼ ସୁପରଷ୍ଟାର ଓ ସେମାନଙ୍କ ଫିଲ୍ମକୁ ପଛରେ ପକାଇଲେ ବଲିଉଡ କଳାକାର ଆହାନ ପାଣ୍ଡେ ଓ ଅନୀତ୍ ପଡ୍ଡା। ନାମରେ ଖାନ୍ ବା କପୁର ନଥାଇ ବି ପ୍ରେକ୍ଷାୟଳକୁ ଭିଡ଼ ଆଣିବାରେ ସଫଳ ହେ‌ଲେ ଆହାନ। ଫିଲ୍ମଟି ଦେଖିବା ପରେ ପ୍ରଶଂସକମାନେ ଭାବପ୍ରବଣ ହୋଇପଡ଼ୁଥିବାର ଅନେକ ଭିଡିଓ ସାମ୍ନାକୁ ଆସୁଛି। ଫିଲ୍ମର କାହାଣୀ କେତେ ମାତ୍ରାରେ ପ୍ରଭାବ ପକାଇଛି, ଏହାର ଫିଲ୍ମର ଆୟରୁ ସ୍ପଷ୍ଟ ହୋଇଛି। ମାତ୍ର ୪ଦିନରେ ୧୦୦କୋଟି କ୍ଲବରେ ପ୍ରବେଶ କରିଛି ଏହି ଫିଲ୍ମ। ଯାହା ଅନ୍ୟ ବଡ଼ ବଜେଟ ଫିଲ୍ମ ବେଳେ ବେଳେ କରିପାରେ ନାହିଁ, ତାହା କରି ଦେଖାଇଛି 'ସୈୟାରା'।

ଫିଲ୍ମର ବଜେଟ ୬୦କୋଟି ଥିବା ବେଳେ ଏବେ ଫିଲ୍ମ ୧୦୦କୋଟିରୁ ଅଧିକ ଆୟ କରି ସୁପରହିଟ୍ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମଟି ଅକ୍ଷୟ କୁମାରଙ୍କ କେଶରୀ ୨ର ଘରୋଇ ବକ୍ସ ଅଫିସ ସଂଗ୍ରହକୁ ପଛରେ ପକାଇସାରିଛି। ଏବେ ଏହା ଆଲିଆ ଭଟ୍ଟ ଏବଂ ବରୁଣ ଧୱନଙ୍କ ପ୍ରଥମ ଚଳଚ୍ଚିତ୍ର 'ଷ୍ଟୁଡେଣ୍ଟ ଅଫ୍ ଦି ଇୟର' (୭୦କୋଟି) ଏବଂ ଜାହ୍ନବୀ କପୁରଙ୍କ 'ଧଡ଼କ' (୭୩କୋଟି)କୁ ମଧ୍ୟ ପଛରେ ପକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe