ମୁମ୍ବାଇ: ବଲିଉଡର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ସାଜିଦ ଅଲ୍ଲୀ ଖାନ ସୋସିଆଲ ମିଡିଆରେ ଏୟାର ଇଣ୍ଡିଆର ଏକ ବିମାନ ଭିତରେ ଘଟିଥିବା ଘଟଣାକୁ ନେଇ ପୋଷ୍ଟ ସେୟାର କରିଛନ୍ତି।
ସାଜିଦ ଅଲ୍ଲୀ ଖାନ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ‘ଉଡ଼ାଣ ମଧ୍ୟରେ ଚାରି ଥର ଲାଇଟ୍ ଲିଭିଯାଇଛି । ଏହି ଘଟଣାକୁ ନେଇ ସମସ୍ତେ ଚିନ୍ତିତ। ଛୋଟ ଛୁଆମାନେ କାନ୍ଦିବା ଆରମ୍ଭ କରି ଦେଇଛନ୍ତି।
ଏହା ସତ୍ତ୍ୱେ ତାଙ୍କୁ କାହାଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳୁନାହିଁ। ସମସ୍ତେ ଏହି ପରିସ୍ଥିତିକୁ ବହୁତ ହାଲୁକା ଭାବରେ ନେଉଛନ୍ତି, ସମସ୍ତେ ହସୁଛନ୍ତି ଏବଂ ମଜା କରୁଛନ୍ତି। ଏହା ଏକ ଗମ୍ଭୀର ବିଷୟ କାରଣ ପଛରେ ବସିଥିବା ପିଲାମାନେ ଡରି ଯାଉଛନ୍ତି, ଥରୁଛନ୍ତି ଏବଂ କାନ୍ଦୁଛନ୍ତି।
ଯେତେବେଳେ ଜଣେ ଯାତ୍ରୀ ଏହି ଘଟଣାକୁ ନେଇ ସ୍ୱର ଉଠାଇଲେ, ସମସ୍ତେ ମଜା କରିବାକୁ ଲାଗିଛନ୍ତି ଏବଂ ତାଙ୍କ କଥାକୁ କେହି ଗମ୍ଭୀରତାର ସହ ନେଉ ନାହାନ୍ତି। ମୋ ପାଇଁ ତଥା ବିମାନରେ ବସିଥିବା୍ ସମସ୍ତ ଯାତ୍ରୀଙ୍କ ପାଇଁ ପ୍ରାର୍ଥନା କରନ୍ତୁ କି ସମସ୍ତେ ସୁରକ୍ଷିତ ଭାବେ ନିଜନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ଯାଆନ୍ତୁ।’
Follow Us