ଯୌନ ଶୋଷଣ ଅଭିଯୋଗ ପରେ ‘ହାଉସଫୁଲ-୪’ର ନିର୍ଦ୍ଦେଶନାରୁ ଓହରିଲେ ସାଜିଦ୍‌ ଖାନ୍‌

Advertisment
ଯୌନ ଶୋଷଣ ଅଭିଯୋଗ ପରେ ‘ହାଉସଫୁଲ-୪’ର ନିର୍ଦ୍ଦେଶନାରୁ ଓହରିଲେ ସାଜିଦ୍‌ ଖାନ୍‌

ମୁମ୍ବାଇ : ନାନା ପଟେକର୍‌, ଆଲୋକ ନାଥ, ସୁଭାଷ ଘାଇ, ବିକାଶ ବହଲ, ଲଭ ରଂଜନ ପରି ନାମୀ ବଲିଉଡ୍‌ ସେଲିବ୍ରିଟିଙ୍କ ପରେ ଏବେ ଜଣାଶୁଣା ନିର୍ଦ୍ଦେଶକ ସାଦିଜ୍‌ ଖାନ୍‌ଙ୍କ ନାଆଁରେ ବି ଯୌନ ଶୋଷଣର ଅଭିଯୋଗ ଆସିଛି। ଜଣେ ମହିଳା ସାମ୍ବାଦିକା, ଜଣେ ଅଭିନେତ୍ରୀ ଓ ଜଣେ ସହଯୋଗୀ ନିର୍ଦ୍ଦେଶିକା ସାଜିଦ୍‌ଙ୍କ ଉପରେ ଯୌନ ନିର୍ଯ୍ୟାତନାର ଅଭିଯୋଗ ଆଣିଛନ୍ତି । ତିନି ତିନି ଜଣ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଅଡ଼ୁଆ ପରିସ୍ଥିତିର ସାମ୍ନା କରିଛନ୍ତି ସାଜିଦ୍‌।

ଏହି ଅଭିଯୋଗ ଆସିବା ପରେ ସାଜିଦ୍‌ ଖାନ୍‌ ନିଜ ଆଡୁ ଏକ ପଦକ୍ଷେପ ନେଇଛନ୍ତି। ସାଜିଦ୍‌ ଖାନ୍‌ ସାଜିଦ୍‌ ନାଡିଆଡଓ୍ଵାଲାଙ୍କ ପ୍ରଯୋଜିତ ‘ହାଉସଫୁଲ୍‌-୪’ର ସୁଟିଂ କରୁଥିଲେ। ଏହି ଅଭିଯୋଗ ଆସିବା ପରେ ସାଜିଦ୍‌ ‘ହାଉସ୍‌ଫୁଲ୍‌-୪’ର ନିର୍ଦ୍ଦେଶନାରୁ ଓହରି ଯାଇଛନ୍ତି। ସେ ନିଜର ଟ୍ଵିଟରରେ ଲେଖିଛନ୍ତି ତାଙ୍କ ପରିବାର,ପ୍ରଯୋଜକ ଓ ଫିଲ୍ମର ତାରକାମାନଙ୍କ ଉପରେ ଚାପ ପଡୁଥିବାରୁ ସେ ନୈତିକ ଦାୟିତ୍ୱ ନେଇ ନିର୍ଦ୍ଦେଶନାରୁ ଓହରିଯାଇଛନ୍ତି। ପ୍ରକୃତ ସତ ପଦାକୁ ନ ଆସିବା ଯାଏଁ ନିଜର ମନ୍ତବ୍ୟ ନ ଦେବା ଲାଗି ସାଜିଦ୍‌ ଖାନ୍‌ ମିଡିଆ ବନ୍ଧୁମାନଙ୍କୁ ଅନୁରୋଧ କରିଛନ୍ତି।

publive-image

ଏହାପୂର୍ବରୁ ସାଜିଦଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ‘ହାଉସଫୁଲ୍‌-୪’ର ହିରୋ ଅକ୍ଷୟ କୁମାର ଏହି ଫିଲ୍ମର ସୁଟିଂ ବାତିଲ କରି ମୁମ୍ବାଇ ଫେରିଆସିଛନ୍ତି। ଏଥି ସହିତ ପ୍ରଯୋଜକ ସାଜିଦ୍‌ ନାଡିଆଡଓ୍ଵାଲା ମଧ୍ୟ ସାଜିଦ ଖାନଙ୍କ ଉପରେ ଫିଲ୍ମରୁ ଓହରି ଯିବାକୁ ଚାପ ପକାଇଥିଲେ।

‘ହାଉସଫୁଲ୍‌-୪’ରେ ଅକ୍ଷୟ କୁମାରଙ୍କ ବ୍ୟତୀତ ରିତେଶ୍‌ ଦେଶମୁଖ୍‌,ବବି ଦେଓଲ୍‌,ଶରଦ୍‌ କେଲକର୍‌,ପୂଜା ହେଗ୍‌ଡେ,କ୍ରିତି ଖରବନ୍ଦା, କ୍ରିତି ସାନନ୍‌ ଓ ନାନା ପଟେକର୍‌ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାକୁ ୨୦୧୯ ଦିଓ୍ଵାଲି ଅବସରରେ ରିଲିଜ୍‌ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe