ଆହାନଙ୍କ ଟିମର ଖର୍ଚ୍ଚ ଅଧିକ ଦେଖି ଫିଲ୍ମ ବନ୍ଦ କରିବାକୁ ଧମକ ଦେଲେ ସାଜିଦ୍ ନାଦିଆଦଓ୍ବାଲା

Advertisment
ଆହାନଙ୍କ ଟିମର ଖର୍ଚ୍ଚ ଅଧିକ ଦେଖି ଫିଲ୍ମ ବନ୍ଦ କରିବାକୁ ଧମକ ଦେଲେ ସାଜିଦ୍ ନାଦିଆଦଓ୍ବାଲା

ମୁମ୍ବାଇ: ସୁନୀଲ ସେଟ୍ଟୀ ବଲିଉଡର ଜଣେ ଜଣାଶୁଣା ଅଭିନେତା। ଦିନେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ ଦକ୍ଷତା ପ୍ରମାଣ କରି ଲୋକପ୍ରିୟ ହୋଇଥିଲେ। ହେଲେ ଧୀରେ ଧୀରେ ସେ ଅଭିନୟରୁ ନିଜକୁ ଦୂରେଇ ଏବେ ବ୍ୟବସାୟରେ ମନ ଦେଉଛନ୍ତି। ଏବେ ତାଙ୍କ ପୁଅ ଆହାନ ସେଟ୍ଟୀ ଫିଲ୍ମ ଦୁନିଆରେ ପାଦ ଦେଇଛନ୍ତି। ହେଲେ ତାଙ୍କୁ ସଫଳତା ମିଳିପାରୁନାହିଁ।

ଆହାନ୍ ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ତଡପ୍’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ହେଲେ ଫିଲ୍ମକୁ ସେତେଟା ସଫଳତା ମିଳିନଥିଲା। ଏହା ପରେ ତାଙ୍କୁ କୌଣସି ଫିଲ୍ମ ମିଳିନଥିବା ବେଳେ ଏବେ ସେ ସାଜିଦ୍ ନାଦିଆଦଓ୍ବାଲାଙ୍କ ଦ୍ବାରା ନିର୍ମିତ ଫିଲ୍ମ 'ସନକୀ'ରେ କାମ କରୁଛନ୍ତି। ହେଲେ ଆହାନଙ୍କ ଟିମର ଖର୍ଚ୍ଚ ଦେଖି ଏବେ ସାଜିଦ୍ ନାଦିଆଦଓ୍ବାଲା ଫିଲ୍ମ ବନ୍ଦ କରିବାକୁ ଧମକ ଦେଇଛନ୍ତି।

କୁହାଯାଉଛି ଯେ, ସନକୀ ଫିଲ୍ମଟି ସେତେ ଭଲ ବ୍ୟବସାୟ ଦେବ ନାହିଁ ବୋଲି ଜାଣି ବି ସୁନୀଲ ସେଟ୍ଟୀଙ୍କ ପାଇଁ ଫିଲ୍ମ ନିର୍ମାଣ କରୁଛନ୍ତି ସାଜିଦ୍। ଫିଲ୍ମର ସାଟେଲାଇଟ ଓ ଡିଜିଟାଲ ରାଇଟ୍ସ ବିକ୍ରି କରି ଖର୍ଚ୍ଚ ହେଉଥିବା ଟଙ୍କା ଆଦାୟ ହେବ କି ନାହିଁ ବୋଲି ସାଜିଦ ଚିନ୍ତାରେ ଥିବା ବେଳେ ଆହାନଙ୍କ ଟିମର ଖର୍ଚ୍ଚ ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ଆହନଙ୍କ ଟ୍ରେନର, ମେକଅପ ଆର୍ଟିଷ୍ଟ, ହେୟାର ଆର୍ଟିଷ୍ଟ, ରୋଷେୟା, ଡ୍ରାଇଭର ଇତ୍ୟାଦିଙ୍କ ଉପରେ ହେଉଥିବା ଖର୍ଚ୍ଚ ଦେଖି  ସାଜିଦ୍ ଫିଲ୍ମ ବନ୍ଦ କରିବାକୁ ଚିନ୍ତା କରୁଥିବା ବେଳେ ସୁନୀଲ ସେଟ୍ଟୀ ଏଭଳି ନକରିବାକୁ ଅନୁରୋଧ କରିଥିବା ସାମ୍ନାକୁ ଆସିଛି। ଏହା ସହ ସୁନୀଲ, ପୁଅର କ୍ୟାରିୟର ପାଇଁ କିଛି ଟଙ୍କା ସାହାଯ୍ୟ କରିବାକୁ ମଧ୍ୟ ସାଜିଦଙ୍କୁ ଅଫର ଦେଇଥିବା କୁହାଯାଉଛି।

ତେବେ ଏପର୍ଯ୍ୟନ୍ତ ଏଭଳି ଚର୍ଚ୍ଚା ଉପରେ ସାଜିଦ୍, ଆହାନ ବା ସୁନୀଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe