ସଲମାନଙ୍କ ଫିଲ୍ମ 'ରାଧେ' ଏତେ ଭଲ ଫିଲ୍ମ ନୁହଁ ବୋଲି କହିବା ସହ ଭଲ ନହେବାର କାରଣ କହିଲେ ବାପା ସଲିମ ଖାନ

Advertisment
ସଲମାନଙ୍କ ଫିଲ୍ମ 'ରାଧେ' ଏତେ ଭଲ ଫିଲ୍ମ ନୁହଁ ବୋଲି କହିବା ସହ ଭଲ ନହେବାର କାରଣ କହିଲେ ବାପା ସଲିମ ଖାନ

indianexpress.com

ମୁମ୍ବାଇ: ଚଳିତ ବର୍ଷ ଇଦ ଅବସରରେ ରିଲିଜ ହୋଇଥିଲା ବଲିଉଡର ଦବଙ୍ଗ ଖାନ ସଲମାନଙ୍କ ଫିଲ୍ମ ରାଧେ | ଅନେକ ଦିନର ବ୍ୟବଧାନ ପରେ ସଲମାନଙ୍କ କିଛି ଫିଲ୍ମ ରିଲିଜ ହେଉଥିବାରୁ ଦର୍ଶକ ମଧ୍ୟ ଖୁବ ଉତ୍କଣ୍ଠାର ସହ ଫିଲ୍ମକୁ ଅପେକ୍ଷା କରିଥିଲେ | ହେଲେ ଫିଲ୍ମ ରିଲିଜ ପରେ ଦର୍ଶକଙ୍କ ସେତେଟା ମନ କିଣି ପାରିନଥିଲା | ପୂର୍ବରୁ ଅନେକ ଫିଲ୍ମ କ୍ରିଟିକ୍ସ ରାଧେକୁ ସମାଲୋଚନା କରିଥିବା ବେଳେ ଏବେ ସଲମାନଙ୍କ ବାପା ସଲିମ ଖାନ ମଧ୍ୟ ଫିଲ୍ମକୁ ପସନ୍ଦ କରିନଥିବା କହିଛନ୍ତି |

Seeti Maar salman khan disha patani song indianexpress.com

ତାଙ୍କ କହିବା ମୁତାବକ, ରାଧେ ଆଦୌ ଏକ ଭଲ ଚଳଚ୍ଚିତ୍ର ନୁହେଁ, କିନ୍ତୁ ବ୍ୟବସାୟିକ ସିନେମାର ଏକ ଦାୟିତ୍ୱ ଅଛି ଯେ ପ୍ରତ୍ୟେକ ବ୍ୟକ୍ତି ଟଙ୍କା ପାଇପାରିବେ | କଳାକାରଙ୍କଠାରୁ ପ୍ରଯୋଜକ, ବିତରକ, ପ୍ରଦର୍ଶକ ଏବଂ ପ୍ରତ୍ୟେକ ଷ୍ଟେକହୋଲଡର ପର୍ଯ୍ୟନ୍ତ ଟଙ୍କା ପାଇବା ଉଚିତ୍ | ଯିଏ ସିନେମା କିଣେ ସେ ଟଙ୍କା ପାଇବା ଉଚିତ | ଏହିଭଳି ଭାବେ  ସିନେମା ତିଆରି ଏବଂ ବ୍ୟବସାୟର ଚକ୍ର ଚାଲିଥାଏ | ଏହି ଆଧାରରେ ସଲମାନ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ଷ୍ଟେକହୋଲଡରମାନେ ଏହାର ଲାଭ ଉଠାଉଛନ୍ତି | ଅନ୍ୟଥା, ରାଧେ ସେତେ ଭଲ ଫିଲ୍ମ ନୁହେଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe