ଏହି କାରଣ ପାଇଁ ଜୁହିଁଙ୍କୁ ବିବାହ କରିପାରିନଥିଲେ ସଲମାନ

ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ବିବାହ କରିବାକୁ ଚାହୁଁଥିଲେ ଦବଙ୍ଗ ଷ୍ଟାର ସଲମାନ ଖାନ୍। ହେଲେ ଅଭିନେତ୍ରୀଙ୍କ ବାପା ଦେଇନଥିଲେ ଅନୁମତି। ଏହି ଖବରଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ବି ଏହା ସତ।

tjuhichaw

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜୁହି ଚାୱଲାଙ୍କୁ ବିବାହ କରିବାକୁ ଚାହୁଁଥିଲେ ଦବଙ୍ଗ ଷ୍ଟାର ସଲମାନ ଖାନ୍। ହେଲେ ଅଭିନେତ୍ରୀଙ୍କ ବାପା ଦେଇନଥିଲେ ଅନୁମତି। ଏହି ଖବରଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ବି ଏହା ସତ। ଏହି ଘଟଣାଟି ଘଟିଥିଲା ୧୯୯୦ମସିହାରେ। ଏବେ ସଲମାନଙ୍କ ଏକ ପୁରୁଣା ସାକ୍ଷାତକାରର ଭିଡିଓ ଭାଇରାଲ ହେବା ପରେ ଏହି ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଭିଡିଓରେ ସଲମାନ, ଜୁହିଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ବୋଲି କହୁଥିବା ଦେଖିବାକୁ ମିଳିଛି।

ଭିଡିଓରେ ସଲମାନ କହୁଛନ୍ତି ଯେ ସେ ଜୁହିଙ୍କ ବାପାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ହେଲେ ତାଙ୍କ ବାପା ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ। ଏହା ସହ ପ୍ରସ୍ତାବ ଗ୍ରହଣ ନକରିବାର କାରଣ ମଧ୍ୟ କହିନଥିଲେ। ଏହା ପରେ ଜୁହିଁଙ୍କ ବିବାହ ୧୯୯୫‌ରେ ବ୍ୟବସ‌ାୟୀ ଜୟ ମେହତାଙ୍କ ସହ ହୋଇଥିଲା।

ତେବେ ଜୁହି ଏବଂ ସଲମାନ, ଅନିଲ କପୁର ଓ ଗୋବିନ୍ଦାଙ୍କ ସହ କମେଡି ଫିଲ୍ମ ଦିୱାନା ମସ୍ତାନା (୧୯୯୭) ରେ ଏକାଠି କାମ କରିଥିଲେ। ଡେଭିଡ ଧୱନଙ୍କ ଫିଲ୍ମରେ ସଲମାନଙ୍କର ଏକ କାମିଓ ଥିଲା। ଏହା ପରେ ଜୁହି, ସଲମାନ ଖାନଙ୍କ ରିଆଲିଟି ସୋ ବିଗ୍ ବସରେ ଅତିଥି ଭାବରେ ନଜର ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe