ଏହି ନାୟିକାଙ୍କ କ୍ୟାରିଅର୍‌କୁ ସଜାଡ଼ିଛନ୍ତି ସଲମାନ୍‌ ଖାନ୍‌

Advertisment
ଏହି ନାୟିକାଙ୍କ କ୍ୟାରିଅର୍‌କୁ ସଜାଡ଼ିଛନ୍ତି ସଲମାନ୍‌ ଖାନ୍‌

photo-navbharattimes

ବଲିଉଡ଼୍‍ରେ ହିରୋଇନ୍‌ ମାନଙ୍କର ଗଡ଼୍‍ଫାଦର୍‌ ଭାବେ ସଲମାନ୍‌ ଖାନ୍‌ଙ୍କର ଏକ ନିର୍ଦ୍ଦିଷ୍ଟ ଇମେଜ୍‌ ଅଛି।ସେ କେତେକ ସାଧାରଣ ଯୁବତୀଙ୍କୁ ନାୟିକା ହେବାର ସୁଯୋଗ ଦେଇଛନ୍ତି,ପୁଣି କେତେକଙ୍କ ଫ୍ଲପ୍‌ କ୍ୟାରିଅର୍‌କୁ ସଜାଡ଼ିବାରେ ସହାୟକ ମଧ୍ୟ ହୋଇଛନ୍ତି।ଏଭଳି ନାୟିକାମାନଙ୍କ ମଧ୍ୟରେ ସୋନାକ୍ଷୀ ସିହ୍ନା, ଡେଜି ଶାହା,ଜରୀନ୍‌ ଖାନ୍‌,କ୍ୟାଟ୍ରିନା କୈଫ୍‌,ସ୍ନେହା ଉଲାଲ୍‌,ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଓ ଆଥିୟା ସେଟ୍ଟି ପ୍ରମୁଖ।

publive-image photo--the indian express

ପ୍ରଖ୍ୟାତ ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କ କନ୍ୟା ସୋନାକ୍ଷୀ ସିହ୍ନାଙ୍କୁ ଲଞ୍ଚ କରିଥିଲେ ସଲମାନ୍‌ ଖାନ୍‌ ତାଙ୍କ ସିନେମା ‘ଦବଙ୍ଗ’ରେ। ଏହାପରେ ସେ‘ଦବଙ୍ଗ-୨’,ରାଓଡି ରାଠୋର,ଆର ରାଜକୁମାର, ସନ୍‌ ଅଫ୍‌ ସର୍ଦ୍ଦାର୍‌ ଏବଂ ଇତ୍ତଫାକ୍‌ ସମେତ କେତୋଟ ସିନେମାରେ ନାୟିକା ଭୂମିକାରେ ନଜର ଆସିଛନ୍ତି।। ଜରୀନ୍‌ ଖାନଙ୍କୁ ସଲମାନ୍‌ ଖାନ୍‌ ନିଜ ଅଭିନୀତ ସିନେମା‘ବୀର’ରେ ନାୟିକାଭାବେ ପ୍ରଥମେ ସୁଯୋଗ ଦେଇଥିଲେ। ତାପରେ ସଲମାନ୍‌ ଖାନ୍‌ ଜଣେ ସାଧାରଣ ଡ୍ୟାନସରରୁ ଡେଜି ଶାହାଙ୍କୁ ହିରୋଇନ୍‌ ବନାଇଥିଲେ ନିଜ ଅଭିନୀତ ‘ଜୟ ହୋ’ରେ। ଐଶ୍ୱର୍ଯ୍ୟା ରାୟଙ୍କ ସହିତ ବ୍ରେକଅପ୍‌ ହେବାପରେ ସଲମାନ୍‌ ଠିକ୍‌ ତାଙ୍କ ପରି ଦିଶୁଥିବା ସ୍ନେହା ଉଲାଲ୍‌ଙ୍କୁ ବଲିଉଡରେ ହିରୋଇନ୍‌ଭାବେ ତାଙ୍କ ଅଭିନୀତ ସିନେମା ‘ଲକି’ରେ ବ୍ରେକ୍‌ ଦେଇଥିଲେ।

publive-image photo-hindustantimes

ଅଭିନେତା ସୁନୀଲ୍‌ ସେଟ୍ଟିଙ୍କ ଝିଅ ଆଥିୟା ସେଟ୍ଟିଙ୍କୁ ବଲିଉଡ଼୍‍ରେ ବ୍ରେକ୍‌ ଦେଇଥିଲେ ସଲମାନ୍‌ ଖାନ୍‌। ଆଥିୟା ସଲମାନ୍‌ଙ୍କ ହୋମ୍‌ ପ୍ରଡ଼କ୍‌ସନ୍‌ ସିନେମା ‘ହିରୋ’ରୁ ହିରୋଇନ୍‌ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ।ଏଥିରେ ତାଙ୍କର ନାୟକ ଥିଲେ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସ୍ୱରାଜ ପାଞ୍ଚୋଲି। ଏହାପରେ ଆଥିୟା ଅର୍ଜୁନ୍‌ କପୁର୍‌ଙ୍କ ସହ ‘ମୁବାରକାଁ’ଫିଲ୍ମରେ ନଜର ଆସିଛନ୍ତି।
ଏବେକାର ହଟ୍‌ ହିରୋଇନ୍‌ କ୍ୟାଟ୍ରିନା କୈଫ୍‌ ବଲିଉଡ଼୍‍ରେ ‘ବୁମ୍‌’ ଟାଇଟଲ୍‌ରେ ନିର୍ମିତ ଏକ ଫିଲ୍ମରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ।ଏଥିରେ ଅମିତାଭ ବଚ୍ଚନ ମଧ୍ୟ ଥିଲେ। କିନ୍ତୁ ‘ବୁମ୍‌’ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଥିଲା। ଏହାପରେ କ୍ୟାଟ୍ରିନାଙ୍କୁ ନୂଆ ଫିଲ୍ମ ମିଳୁନଥିଲା। କିନ୍ତୁ ତାଙ୍କୁ ରିଲଞ୍ଚ୍‌ କରିଥିଲେ ସଲମାନ୍‌ ଖାନ୍‌। ସେ କ୍ୟାଟ୍ରିନାଙ୍କୁ ‘ମେନେ ପ୍ୟାର୍‌  କ୍ୟୁଁ କିୟା’ରେ ସୁଯୋଗ ଦେଲେ। ଫିଲ୍ମ ହିଟ୍‌ ହେଲା ଓ କ୍ୟାଟ୍ରିନା ହେଲେ ହଟ୍‌ ହିରୋଇନ୍‌।
ମାତ୍ର ୧୪ ବର୍ଷ ବୟସରେ ମଡ଼େଲିଂ ଜରିଆରେ ଏଣ୍ଟରଟେନ୍‌ମେଣ୍ଟ ଦୁନିଆଁରେ ପାଦ ଥାପି ଥିବା କାଟ୍ରିନାଙ୍କ ଉଲ୍ଲେ୍‌ଖନୀୟ ହିନ୍ଦୀ ଫିଲ୍ମ ମଧ୍ୟରେ ରହିଛି‘ମେନେ ପ୍ୟାର୍‌ କୁଁ୍ୟ କିୟା’,ନମସ୍ତେ ଲଣ୍ଡନ,ପାର୍ଟନର,ଓ୍ଵଲ୍‌କମ୍‌,ରେସ୍‌,ରାଜନୀତି,ଅଜବ୍‌ ପ୍ରେମ୍‌ କି ଗଜବ୍‌ କାହାନୀ,ଧୂମ୍‌-ଥ୍ରି,ଏକ୍‌ଥା ଟାଇଗର୍‌,ୟେ ଜିନ୍ଦେଗି ନା ମିଲେଗି ଦୁବାରା ,ଜଗ୍ଗା ଜାସୁସ୍‌ ଇତ୍ୟାଦି। ଏବେ ପୁଣି କାଟ୍ରିନା ସଲମାନ୍‌ ଖାନଙ୍କ ସହ ‘ଟାଇଗର୍‌ ଜିନ୍ଦା ହେ’ରେ ଆସୁଛନ୍ତି। ଠିକ୍‌ ସେହିପରି ଜାକଲିନ୍‌ଙ୍କୁ ବଲିଉଡରେ ଜଣେ ଫ୍ଲପ୍‌ ହିରୋଇନ ବୋଲି କୁହାଯାଉଥିବା ବେଳେ ସଲମାନ୍‌ ତାଙ୍କୁ ‘କିକ୍‌’ରେ ନତଜର ନାୟିକା ବନାଇ ହଟ୍‌ ହିରୋଇନ୍‌ କରିଥିଲେ ।

publive-image photo-instagram

ଏବେ ବଲିଉଡ଼୍‍ରେ ଚର୍ଚ୍ଚା ହେଉଛି ଯେ,ସଲମାନ୍‌ ତାଙ୍କର ଲାଟେଷ୍ଟ ଗର୍ଲଫ୍ରେଣ୍ଡ୍‌ ଲୁଲିୟା ବନ୍ତୁର୍‌ଙ୍କୁ ମଧ୍ୟ ନାୟିକାଭାବେ ଲଞ୍ଚ୍‌ କରୁଛନ୍ତି। ଶୁଣିବାକୁ ମିଳୁଛିଯେ ସଲମାନ୍‌ ଖାନ୍‌ ତାଙ୍କର ଅପକମିଂ ମୁଭି‘ଦବଙ୍ଗ-୩’ରେ ଲୁଲିଆଙ୍କୁ ହିରୋଇନ୍‌ ଭାବେ ଲଞ୍ଚ୍‌ କରିବେ।ତେବେ ଏଥିରେ ତାଙ୍କର ଚରିତ୍ରଟି କ’ଣ ରହିବ ତାହା ଏଯାଏଁ ଜଣାପଡ଼ି ନାହିଁ।ଏହାପୂର୍ବରୁ ଲୁଲିଆଙ୍କ ସଲମାନ୍‌ଙ୍କ ଭିଣୋଇ ତଥା ପ୍ରଯୋଜକ ଅତୁଲ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଓ ତେରି’ରେ ଆଇଟମ୍‌ ନମ୍ବର କରିଥିଲେ।ଏହା ମଧ୍ୟ ତାଙ୍କୁ ସହାୟତାରେ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe