ଏଥର ଇଦରେ ସଲମାନ୍‌-ଐଶ୍ୱର୍ଯ୍ୟା ଟକ୍କର

ଏଥର ଇଦରେ ସଲମାନ୍‌-ଐଶ୍ୱର୍ଯ୍ୟା ଟକ୍କର

photo-india.com

ମୁମ୍ବାଇ: ସଂପ୍ରତି ବଲିଉଡରେ ଦୁଇ ଜଣ ନାମୀ କଳାକାରଙ୍କର ଆମନେ-ସାମନେ ହେବାକୁ ନେଇ ଚର୍ଚ୍ଚା ହେଉଛି। ହେଲେ ଏ ଦୁହେଁ ପୁରୁଷ କଳାକାର ନୁହନ୍ତି। ଏମାନଙ୍କ ଭିତରୁ ଜଣେ ପୁରୁଷ ଆଉ ଜଣେ ମହିଳା କଳାକାର । ଖାଲି ସେତିକି ନୁହେଁ ଏହି ଯୋଡଙ୍କର ଏକ ସିନେମା ବକ୍ସଅଫିସରେ ସୁପରହିଟ୍‌ ବି ହୋଇଥିଲା । ହେଲେ ପାଖାପାଖି ୧୮ ବର୍ଷ ହେବ ଏକାଠି ପରଦାକୁ ଆସି ନାହାନ୍ତି ପରସ୍ପରର ସାମ୍ନାସାମ୍ନି ହୋଇ ନାହାନ୍ତି। ହଁ ଏଠାରେ ଯେଉଁ ଦୁଇ ତାରକାଙ୍କ କଥା କୁହାଯାଉଛି ସେମାନେ ହେଲେ ସଲମାନ୍‌ ଖାନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଏହି ଯୋଡି ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ସୁପର ହିଟ ଫିଲ୍ମ ‘ହମ୍‌ ଦିଲ ଦେଚୁକେ ସନମ୍‌’ (୧୯୯୯)ରେ ନଜର ଆସିଥିଲେ। ଖାଲି ସେତିକି ନୁହେଁ ସେସମୟରେ ଏ ଦୁହିଁଙ୍କର ରୋମାନସ୍‌ ବି ଚର୍ଚ୍ଚାର ବିଷୟ ହୋଇଥିଲା। କିନ୍ତୁ ଏବେ ଏଦୁହେଁ ପ୍ରତିଦ୍ୱନ୍ଦ୍ୱୀଭାବେ ଉଭା ହୋଇଛନ୍ତି।

ଏବେ ସଲମାନ୍‌ ଖାନଙ୍କ ଅପକମିଂ ମୁଭି ‘ରେସ୍-୩’କୁ ନେଇ ଚର୍ଚ୍ଚା ଚାଲିଛି ଯେ ଏହା ବି ଧମାଲ୍ କରିବ । ଏହାର ଷ୍ଟାର୍ କାଷ୍ଟ୍ ବି ଲମ୍ବା ହେବାରେ ଲାଗିଛି। ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ରେମୋ ଡିସୁଜା। ଏଥିରେ ସଲମାନ୍ ଖାନ,ଜାକଲିନ୍ ଫର୍ଣ୍ଣାଣ୍ଡିଜ୍,ବବି ଦେଓଲ୍,ସାକିବ ସଲିମ୍,ଆଦିତ ପାଞ୍ଚୋଲୀ,ଡେଜି ଶାହା,ଅନୀଲ କପୁର,ପୂଜା ହେଗଡେ ଏବଂ ଫ୍ରେଡି ହାରୁଓ୍ଵାଲ୍‌ ପ୍ରମୁଖଙ୍କୁଦେଖିବାକୁ ମିଳିବ। ଏହା ଛଡ଼ା ଏଥିରେ କାଟ୍ରିନା କୈଫ୍‌ ଏବଂ ନର୍ଗୀସ୍‌ ଫାକ୍ରିଙ୍କର ଆଇଟମ୍‌ ନମ୍ବର ବି ରହିବ ବୋଲି ଜଣାଯାଇଛି। ସିନେମାର ନିର୍ମାତା ରମେଶ ତୌରାନୀ‘ରେସ୍-୩’କୁ  ଭବ୍ୟ ଢ଼ଙ୍ଗରେ ପେଶ୍‌ କରିବାଲାଗି ଯୋଜନା କରିଛନ୍ତି। ଇତି ମଧ୍ୟରେ ଏହାର ସୁଟିଂ ଆରମ୍ଭ ହୋଇଯାଇଛି।

publive-image photo-indiatoday

ଏଣେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ ‘ଫନ୍ନେ ଖାନ୍‌’ର ସୁଟିଂ ଜାରି ରହିଛି। ଏହି ସିନେମାରେଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବ୍ୟତୀତ ଅନୀଲ କପୁର ଏବଂ ରାଜ କୁମାର ରାଓ ମଧ୍ୟ ଅଛନ୍ତି ମେଲ୍‌ ଲିଡରେ। ଏହା ଏକ ରୋମାଣ୍ଟିକ୍‌ କମେଡି ହୋଇଥିବା ବେଳେ ସଲମାନ ଖାନଙ୍କ ‘ରେସ ୩’ ଏକ ଆକସନ୍‌ ଫିଲ୍ମ। ଯାହା ଆଗରୁ ଶୁଣିବାକୁ ମିଳୁଥିଲା କି ଏ ଦୁଇ ସିନେମା ଆଗାମୀ ବର୍ଷ ଇଦ ଅବସରରେ ରିଲିଜ୍‌ ହେବ,ତାହା ସତ ବୋଲି ଜଣାଯାଇଛି। କାରଣ‘ଫନ୍ନେ ଖାନ୍‌’ର ନିର୍ମାତା କଂପାନି କ୍ରି ଏ ଆର ଜେ ଏଣ୍ଟରଟେନମେଣ୍ଟ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହି ସିନେମା ୨୦୧୮ ଜୁନ୍‌ ୧୫ ତାରିଖରେ ରିଲିଜ୍‌ ହେବ। ସଂଯୋଗବଶତଃ ତାହା ହେଉଛି ଇଦ। ଏଣେ ସଲମାନଙ୍କ ସିନେମା ‘ରେସ୩’କୁ ଇଦରେ ରିଲିଜ୍‌ କରିବାର ଲକ୍ଷ୍ୟ ରଖିଛନ୍ତି ନିର୍ମାତା ରମେଶ ତୌରାନୀ,କାରଣ ଇଦ ସଲମାନଙ୍କ ପାଇଁ ଲକି। ଏ ଦୃଷ୍ଟିରୁ ଏଥର ଇଦ ଲଢ଼େଇ ନିଶ୍ଚିତଭାବେ ମଜାଦାର ହେବ। ଆଉ ଏକ ମଜାଦାର କଥା ହେଲା ଯେ ଉଭୟ ସିନେମାରେ ଅନୀଲ କପୁରଙ୍କୁ ଦେଖିବାକୁ ମିଳିବ। ଏଥର ଇଦ୍‌ ସଲମାନ୍‌ ବନାମ ଐଶ୍ୱର୍ଯ୍ୟା ହେବ ଥୟ ବୋଲି ଜଣାଯାଇଛି। ଆଉ ସବୁଠୁ ବଡ଼ କଥା ହେଲା ଯେ ଚଳିତ ବଷର ଇଦରେ ସଲମାନ୍‌ ଖାନ୍‌ଙ୍କ ‘ଟିଉବଲାଇଟ୍‌’ ଫ୍ଲପ୍‌ ହୋଇଥିଲା। ଏଣୁ ଆର ଥର କ’ଣ ହେବ ତାହା ଦେଖିବାକୁ ସିନେପ୍ରେମୀ ଉତ୍କଣ୍ଠିତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe