ଏତେ ବର୍ଷ ପରେ ମୁହଁ ଖୋଲିଲେ ନୀଳନୟନା; ‘ଜୋଶ’ ଚଳଚ୍ଚିତ୍ରରେ ଭାଇ ଚରିତ୍ରରେ ଶାହାରୁଖ ନୁହେଁ ସଲମାନଙ୍କୁ ବଛାଯାଇଥିଲା

Advertisment
ଏତେ ବର୍ଷ ପରେ ମୁହଁ ଖୋଲିଲେ ନୀଳନୟନା; ‘ଜୋଶ’ ଚଳଚ୍ଚିତ୍ରରେ ଭାଇ ଚରିତ୍ରରେ ଶାହାରୁଖ ନୁହେଁ ସଲମାନଙ୍କୁ ବଛାଯାଇଥିଲା

ମୁମ୍ବାଇ: ପାଖାପାଖି ଦୁଇ ଦଶନ୍ଧି ଧରି ବଲିଉଡ୍‌ରେ ଅଭିନୟର ଜଲଓ୍ଵା ଦେଖାଇଥିବା ଅଭିନେତ୍ରୀ ତଥା ବଚ୍ଚନ ବଧୂ ଐଶ୍ୱର୍ଯ୍ୟ ରାୟ ବଚ୍ଚନ ପ୍ରାୟ ସମସ୍ତ ଅଭିନେତାଙ୍କ ସହ ପ୍ରେମ ଓ ରୋମାନ୍ସ ଦୃଶ୍ୟରେ ନଜର ଆସିଛନ୍ତି। ଅନୀଲ କପୁରଙ୍କଠାରୁ ନେଇ, ଶାହାରୁଖ ଖାନ, ସଲମାନ ଖାନ, ଅକ୍ଷୟ କୁମାର ଆଦି ସମସ୍ତଙ୍କ ସହ ତାଙ୍କର ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳେ।

ମାତ୍ର ୨୦୦୦ ମସିହାରେ ରିଲିଜ୍‌ ହୋଇଥିବା ଚଳଚ୍ଚିତ୍ର ‘ଜୋଶ’ ସଂପର୍କରେ ନୀଳନୟନା ଏତେ ବର୍ଷ ପରେ ଏକ ଖୁଲାସା କରିଛନ୍ତି। ସେହି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟାଙ୍କ ବିପକ୍ଷରେ ନାୟକ ସାଜିଥିଲେ ଚନ୍ଦ୍ରଚୂଡ ସିଂହ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୁପର୍‌ଷ୍ଟାର ଶାହାରୁଖ୍‌ ସାଜିଥିଲେ ଐଶ୍ୱର୍ଯ୍ୟାଙ୍କ ଭାଇ। ଯଦିଓ ପ୍ରଥମ ଥର ପାଇଁ ଶାହାରୁଖଙ୍କ ପରି ସୁପର୍‌ଷ୍ଟାର୍‌ଙ୍କ ସହ ଦର୍ଶକେ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟାଙ୍କୁ ଏକତ୍ର ଦେଖିବାକୁ ପାଇଥିଲେ ମାତ୍ର ନିରାଶର କଥା ଥିଲା ସେ ଦୁହେଁ ପରସ୍ପର ସହ ରୋମାନ୍ସ କରିବାର ସୁଯୋଗ ପାଇନଥିଲେ।

publive-image

ମାତ୍ର ଏହା ପଛରେ ଲୁଚି ରହିଥିବା କଥାଟି ହେଉଛି, ଶାହାରୁଖଙ୍କ ସ୍ଥାନରେ ନିର୍ଦ୍ଦେଶକ ପ୍ରଥମେ ସଲମାନଙ୍କୁ ଚୟନ କରିଥିଲେ। ଐଶ୍ୱର୍ଯ୍ୟା ଏହି କଥା କହିବା ସହ ଆହୁରି ବି କହିଥିଲେ କି ଚନ୍ଦ୍ରଚୂଡଙ୍କ ସ୍ଥାନରେ ଆମୀର ଖାନ ପ୍ରଥମ ପସନ୍ଦ ଥିଲେ। ମାତ୍ର ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳା ଯାଇଥିଲା।

ସୂତ୍ରରୁ ଜାଣିବାକୁ ମିଳିଛି ଯେ, ସେ ସମୟରେ ଦବଙ୍ଗବୟ ସଲମାନଙ୍କର ବିଶ୍ୱସୁନ୍ଦରୀଙ୍କ ପ୍ରତି ଭାବନା ସୃଷ୍ଟି ହୋଇ ସାରିଥିଲା। ପରଦାରେ ନେ ନିଜକୁ ଐଶ୍ୱର୍ଯ୍ୟାଙ୍କ ଭାଇ ଭାବେ ଗଅହଣ କରିନପାରିବାରୁ ଚଳଚ୍ଚିତ୍ରରୁ ଓହରି ଯାଇଥିଲେ। ଏକଥା ଆପଣ ନିଶ୍ଚୟ ଜାଣିଥିବେ ଯେ ତା’ପର ବର୍ଷ, ଅର୍ଥାତ ୨୦୦୧ ମସିହାରେ ସଞ୍ଜୟଲୀଲା ଭଂସାଲୀଙ୍କ ଚଳଚ୍ଚିତ୍ର ‘ହମ୍‌ ଦିଲ୍‌ ଦେ ଚୁକେ ସନମ’ ସୁଟିଂ ସମୟରେ ଦୁହିଁଙ୍କ ପ୍ରେମ କାହାଣୀର ମୂଳଦୁଆ ପଡ଼ିଥିଲା, ଯଦିଓ ଏହା ଅନେକ ବର୍ଷ ତିଷ୍ଟି ରହିପାରିଲା ନାହିଁ। ପରବର୍ତ୍ତୀ ମୁହୂର୍ତ୍ତରେ ଐଶ୍ୱର୍ଯ୍ୟା ଅଭିଷେକ ବଚ୍ଚନଙ୍କ ହାତ ଧରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe