ପୁଣି ଏହି ଗାୟକଙ୍କୁ ଟାର୍ଗେଟ୍‌ କଲେ ସଲମାନ୍‌ ଖାନ

Advertisment
ପୁଣି ଏହି ଗାୟକଙ୍କୁ ଟାର୍ଗେଟ୍‌ କଲେ ସଲମାନ୍‌ ଖାନ

photo---bigg-boss-

ମୁମ୍ବାଇ:ଗାୟକ ଅରିଜିତ୍‌ ସିଂହଙ୍କୁ ପୁଣି ଟାର୍ଗେଟ୍‌ କରିଛନ୍ତି ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌। ସେ ପୁଣିଥରେ ଅରିଜିତ୍‌ ସିଂହଙ୍କ ଏକ ଗୀତକୁ ଅନ୍ୟଜଣେଗାୟକଙ୍କ କଣ୍ଠରେ ରେକର୍ଡ କରାଇଛନ୍ତି। ହଁ ଯେଉଁ ସିନେମା କ୍ଷେତ୍ରରେ ଏଭଳି ଘଟଣା ପୁଣି ଘଟିଛି ତାହା ହେଲା ‘ଓ୍ଵଲକମ୍‌ ଟୁ ନ୍ୟୁୟର୍କ’। ଏହି ସିନେମାରେ କିନ୍ତୁ ସଲମାନ୍‌ ନାୟକ ଭୂମିକାରେ ନାହାନ୍ତି। ତାଙ୍କୁ କେବଳ ଗୋଟିଏ ଗୀତରେ ଦେଖିବାକୁ ମିଳିବ,ଯେଉଁଥିରେ ସେ ସୋନାକ୍ଷୀ ସିହ୍ନାଙ୍କ ସହ ନଜର ଆସିବେ। ଯେତେବେଳେ ସଲମାନ୍‌ ଖାନ୍‌ ଜାଣିବାକୁ ପାଇଲେ ଯେ ଏଥିରେ ଥିବାଇସ୍ତେହାର୍‌…ଗୀତ ଗାଇଛନ୍ତି ଅରିଜିତ୍‌, ସେ ତତକ୍ଷଣାତ୍‌ ସେହି ଗୀତକୁ ଜଣାଶୁଣା ପାକିସ୍ତାନୀ କଣ୍ଠଶିଳ୍ପୀ ରାହତ୍‌ ଫତେ ଅଲ୍ଲୀ ଖାନଙ୍କ ଭଏସରେ ତାକୁ ଡବ୍‌ କରାଇଲେ। ଅର୍ଥାତ୍‌ ପୁଣିଥରେ ଅସୁବିଧାରେ ପଡ଼ିଛନ୍ତି ଅରିଜିତ୍‌ ସିଂହ।

ଏଠାରେ ସୂଚନାଯୋଗ୍ୟ ଯେ ଷ୍ଟାର୍‌ ସିଙ୍ଗର୍‌-କଂପୋଜର ଅରିଜିତ୍‌ ସିଂହ ଏବେକାର ଜଣେ ଲୋକପ୍ରିୟ ଗାୟକ। ତାଙ୍କ ଗୀତ ଯୁବପୀଢ଼ିର ଶ୍ରୋତାଙ୍କୁ ପାଗଳ କରିଛି। ବିଶେଷ କରି ତାଙ୍କର କେତୋଟି ଗୀତ ଯଥା -ତୁମ୍‌ ହି ହୋ(ଆଶିକୀ-୨),ଦିଲ୍ଲୀବାଲୀ ଗର୍ଲଫ୍ରେଣ୍ଡ୍‌(ୟେ ଜବାନି ହେ ଦିଓ୍ଵାନୀ ),ମେଁ ରଙ୍ଗ୍‌ ସରବତୋଁ କା ତୁ…(ଫଟା ପୋଷ୍ଟର ନିକଲା ହିରୋ),ରାତଭରା ହାଁ ରାତ୍‌ଭର୍‌…(ହିରୋପନ୍ତୀ) ଏବଂ ଆଜ୍‌ ସେ ତେରୀ….(ପ୍ୟାଡ଼୍ମ୍ୟାତନ୍‌) ଖୁବ୍‌ ଚର୍ଚ୍ଚାରେ ରହିଛି। ସେ ଯାହା ହେଉନା କାହିଁକି କେତେକ ସମୟରେ ଗାୟକ ଅରିଜିତ୍‌ ସିଂହ ବିବାଦୀୟ ହୋଇଥିଲେ । ଏକଥା ଜାଣନ୍ତି ତ!

publive-image photo--amarujala

ସେ ପ୍ରଥମେ ସେତେବେଳେ ଗାୟକ ଅରିଜିତ୍‌ ସିଂହ ବିବାଦୀୟ ହୋଇଥିଲେ ଯେତେବେଳେ ଏକ ପୁରସ୍କାର ସମାରୋହରେ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ସଂପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ।ଏଥିରେ ଉତକ୍ଷିପ୍ତ ହୋଇ ସଲମାନ୍‌ ଖାନ୍‌ ତାଙ୍କ ଅଭିନୀତ ‘ସୁଲତାନ୍‌’ରୁ ଅରିଜିତ୍‌ଙ୍କ କଣ୍ଠରେ ରେକର୍ଡ଼ ହୋଇଥିବା ଏକ ଗୀତକୁ ବାଦ୍‌ ଦେଇଥିଲେ।ଅବଶ୍ୟ ଅରିଜିତ୍‌ ସୋସିଆଲ୍‌ ମିଡ଼ିଆରେ ସଲମାନଙ୍କୁ କ୍ଷମା ଯାଚନା କରିଥିଲେ। ଏପରିକି ତାଙ୍କୁ ବ୍ୟକ୍ତିଗତଭାବେ ଭେଟି କ୍ଷମା ମାଗିବାକୁ ଚାହିଁଥିଲେ ଅରିଜିତ୍‌, କିନ୍ତୁ ସଲମାନ୍‌ ସେ ସୁଯୋଗ ଦେଲେ ନାହିଁ। ଏହି ବିବାଦ ଏଯାବତ୍‌ ଲୋକଙ୍କ ମନରୁ ଲିଭି ନାହିଁ। ଏହାପରେ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ ତାଙ୍କ ଅଭିନୀତ ସିନେମା ‘ଟାଇଗର୍‌ ଜିନ୍ଦା ହେ’ରେ ଥିବା ଗୀତ ‘ଦିଲ ଦିୟାଁ ଗଲ୍ଲା…ରୁ ଅରିଜିତଙ୍କୁ ଆଉଟ୍‌ କରି ତାକୁ ଆତିଫ ଅସଲାମଙ୍କ ଭଏସରେ ରେକର୍ଡ କରାଇଥିଲେ।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe