ସଲମାନ୍‌ ଖାନ୍‌ଙ୍କ ବାୟୋପିକ୍‌ କେବେ ବି ପରଦାକୁ ଆସିବ ନାହିଁ, ଜାଣନ୍ତୁ କାରଣ?

Advertisment
ସଲମାନ୍‌ ଖାନ୍‌ଙ୍କ ବାୟୋପିକ୍‌ କେବେ ବି ପରଦାକୁ ଆସିବ ନାହିଁ, ଜାଣନ୍ତୁ କାରଣ?

ମୁମ୍ବାଇ: ସିନେ ତାରକା ସଂଜୟ ଦତ୍ତଙ୍କ ବାୟୋପିକ୍‌ ‘ସଂଜୁ’ର ଅଭୂୂତପୂର୍ବ ସଫଳତା ଅନେକ ନିର୍ମାତାଙ୍କୁ ବିସ୍ମିତ କରିଛି। ଏହାପରେ କେଉଁ ଫିଲ୍ମ ଷ୍ଟାର୍‌ଙ୍କ ବାୟୋପିକ୍‌ ତିଆରି ହେଲେ ଦର୍ଶକ ତାଙ୍କୁ ପସନ୍ଦ କରିବେ ବୋଲି ଯଦି ପ୍ରଶ୍ନ କରାଯାଏ?ତେବେ ଅଧିକାଂଶ ଲୋକଙ୍କର ପ୍ରଥମ ପସନ୍ଦ ହେବେ ସଲମାନ୍‌ ଖାନ୍‌।
ସଲମାନ୍‌ ଖାନ୍‌ଙ୍କ ବାୟୋପିକ୍‌କୁ ସିନେମା ରୂପ ଦେଖିବା ପାଇଁ ବଲିଉଡର କେତେଜଣ ନାମୀ ପ୍ରଯୋଜକ ଇତି ମଧ୍ୟରେ ସଲମାନ୍‌ଙ୍କୁ ଅଫର୍‌ ମଧ୍ୟ ଦେଇ ସାରିଲେଣି,କିନ୍ତୁ ଏହାକୁ ପ୍ରତ୍ୟାଖାନ କରିଛନ୍ତି ସଲମାନ୍‌ ଖାନ୍‌।

ସଲମାନ୍‌ ଖାନ୍‌ କହିଛନ୍ତି ଯେ,ନିଜର ପରିବାର,ପ୍ରେମ ବା କୋର୍ଟ କଚେରି ମାମଲା ସର୍ବସାଧାରଣ ଜାଣନ୍ତୁ ବୋଲି ସେ ଚାହାଁନ୍ତି ନାହିଁ। ସଲମାନଙ୍କ ଜୀବନ ବେଶ୍‌ ବିବାଦୀୟ।ସେ ଏକାଧିକ ବାର ପ୍ରେମିକାଙ୍କୁ ଧୋକା ଦେଇଛନ୍ତି ବା ସେମାନଙ୍କ ଠାରୁ ପ୍ରତାରଣାର ଶିକାର ହୋଇଛନ୍ତି। ତା’ଛଡ଼ା ସଲମାନ୍‌ ବହୁବାର ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଏ ସବୁକୁ ନିଖୁଣଭାବେ ପ୍ରଦର୍ଶକ କରାଗଲେ,ତାହା ବି ବ୍ଲକ୍‌ବଷ୍ଟର ସିନେମା ହେବ ବୋଲି ଆଶା କରାଯାଉଛି। କିନ୍ତୁ ସଲମାନ୍‌ ଖାନ୍‌ ରୋକଠୋକ୍‌ ମନା କରିବାପରେ ଉଭୟ ତାଙ୍କର ପ୍ରଶଂସକ ଓ ନିର୍ମାତାମାନେ ନିରାଶ ହୋଇଛନ୍ତି।

publive-image
ଏବେ ସଲାମନ୍‌ ଖାନ୍‌ ‘ଭାରତ’,‘ଦବଙ୍ଗ-୩’ ,‘କିକ୍‌-୨’ ଓ ‘ଶେର୍‌ ଖାନ୍‌’ଭଳି ସିନେମାରେ କାମ କରିବେ। ଏ ଦୃଷ୍ଟିରୁ ୨୦୨୦ ଯାଏଁ ତାଙ୍କ ହାତରେ ସମୟ ବି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe