ସଲ୍‌ମାନ୍‌ଙ୍କ କରୋନା ରିପୋର୍ଟ ନେଗେଟିଭ୍‌

Advertisment
ସଲ୍‌ମାନ୍‌ଙ୍କ କରୋନା ରିପୋର୍ଟ ନେଗେଟିଭ୍‌

Postintrend

ଭାଇଜାନ ସଲମାନ୍‌ ଖାନ୍‌ଙ୍କ ଡ୍ରାଇଭର୍‌ ଓ ଦୁଇଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏହାପରେ ସଲ୍‌ମାନ୍‌ ନିଜକୁ ସଙ୍ଗରୋଧରେ ରଖିଥିଲେ। ଏହି ଖବର ବାହାରକୁ ଆସୁ ଆସୁ ବିଗ୍‌ ବସ୍‌ର ଉପସ୍ଥାପନ ସଲ୍‌ମାନ କରିବେ କି ନାହିଁ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ତେବେ ପ୍ରଶଂସକମାନେ ଜାଣି ଖୁସି ହେବ‌େ ଯେ ସଲ୍‌ମାନ୍‌ ଓ ତାଙ୍କ ପରିବାରର କରୋନା ଟେ‌ଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି।

ନିଜ କର୍ମଚାରୀମାନେ କରୋନା ସଂକ୍ରମିତ ହେବା ଖବର ଶୁଣୁଶୁଣୁ ସଲମାନ ନିଜର ଓ ନିଜ ପରିବାରଲୋକଙ୍କୁ ସଙ୍ଗରୋଧରେ ରଖିବା ସହ ସମସ୍ତଙ୍କର କରୋନା ପରୀକ୍ଷା କରାଇଥିଲେ। ରିପୋର୍ଟ ନେଗେଟିଭ୍‌ ଆସିବା ପରେ ତାଙ୍କ ପରିବାର ଆଶ୍ବସ୍ତ ହୋଇଛି। ଅନ୍ୟପଟେ ଆଗରୁ ଖବର ଥିଲା କି ସଲ୍‌ମାନ୍‌ ନିଜକୁ ୧ ସପ୍ତାହ ପର୍ଯ୍ୟନ୍ତ ସଙ୍ଗରୋଧରେ ରଖିବେ। କିନ୍ତୁ ରିପୋର୍ଟ ନେଗେଟିଭ୍‌ ଆସିଥିବାରୁ ସେ ଏବେ ବିଗ୍‌ ବସ୍‌ ସୁଟିଂକୁ ଫେରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe