କେରଳର ବନ୍ୟା ପ୍ରପୀଡ଼ିତଙ୍କୁ ବିଭିନ୍ନ ରାଜ୍ୟର ମୁଖିଆଙ୍କଠାରୁ ବି ଅଧିକ ସାହାଯ୍ୟ ଦେଲେ ସଲମାନ

Advertisment
କେରଳର ବନ୍ୟା ପ୍ରପୀଡ଼ିତଙ୍କୁ ବିଭିନ୍ନ ରାଜ୍ୟର ମୁଖିଆଙ୍କଠାରୁ ବି ଅଧିକ ସାହାଯ୍ୟ ଦେଲେ ସଲମାନ

ତିରୁବନନ୍ତପୁରମ୍‌: ବଲିଉଡ୍‌ରେ ଜଣେ ସହୃଦୟ ଭାବେ ସଲମାନ ଖାନ୍‌ ବେଶ୍‌ ଜଣାଶୁଣା। କେହି କେବେ ଅସୁବିଧାରେ ପଡ଼ିଲେ ଆଗେ ପଡ଼ନ୍ତି ଦବଙ୍ଗ ବୟଙ୍କ ଆଖିରେ। ସେ ନିଜ ସାମର୍ଥ୍ୟ ମୁତାବକ୍‌ ଲୋକଙ୍କ ସେବା କରିବାର ସୁଯୋଗ କେବେ ବି ହାତ ଛଡ଼ା କରନ୍ତି ନାହିଁ। ଏପରକିି ତାଙ୍କର ‘ବିଙ୍ଗ୍‌ ହୁମ୍ୟାନ୍‌’ ନାମରେ ଏକ ସଂଗଠନ ବି ରହିଛି। ଏହି ସଂଗଠନରୁ ଅନୁଦାନ ପାଇଁ ହଜାର ହଜାର ଲୋକ ଉପକୃତ ହୁଅନ୍ତି। ଅନାଥ, ନିଶହାୟ ବୟସ୍କ ବ୍ୟକ୍ତି କିମ୍ବା କୌଣସି ରୋଗ ପୀଡ଼ିତ ଆଦିଙ୍କୁ ସଲମାନ ତାଙ୍କ ‘ବିଙ୍ଗ୍‌ ହୁମ୍ୟାନ୍‌’ ସ୍ୱେଚ୍ଛାସେବୀ ସଂଗଠନରୁ ଅନୁଦାନ ଦେଇଥାନ୍ତି।

ନିକଟରେ କେରଳରେ ଲଗାଣ ବର୍ଷା ହେତୁ ବନ୍ୟା ହୋଇଥିବା ଫଳରେ କେରଳବାସୀ ଏବେ ଅନ୍ୟର ସହାୟତା ଉପରେ ନିର୍ଭର କରି ବଞ୍ଚି ରହିଛନ୍ତି। ଏହି ପରିସ୍ଥିତିରେ ବିଭିନ୍ନ ରାଜ୍ୟର ସରାକାର, ବହୁ ସ୍ୱେଚ୍ଛାସେବୀ ସଂଗଠନ, ନେତା, ଜନତା ଆଦି ଲୋକେ ଦାନ ଦେଇ ସହାୟତାର ହାତ ବଢ଼ାଇଛନ୍ତି।

publive-image

ନିକଟରେ ‘ବାହୁବଳୀ’ ଅଭିନେତା ପ୍ରଭାସ ୨୫ ଲକ୍ଷ ଦାନ କରିଥିବା କଥା ବି ଆପଣ ଜାଣିଥିବେ ନିଶ୍ଚୟ। ମାତ୍ର ସଲମାନ କେରଳ ରିଲିଫ୍‌ ପାଣ୍ଠିକୁ ଅଧିକ ରକମର ଅନୁଦାନ ପ୍ରଦାନ କରି ପୁଣି ଥରେ ନିଜ ସହୃଦୟତାର ପରିଚୟ ପ୍ରଦାନ କରିଛନ୍ତି।

ବିଭିନ୍ନ ରାଜ୍ୟର ସରକାରୀ ପାଣ୍ଠିରୁ କେରଳକୁ ମାତ୍ର ୫ କୋଟି, ୭ କୋଟି କିମ୍ବା ୧୦ କୋଟି ମିଳିଥିବା ବେଳେ ସଲମାନ ବ୍ୟକ୍ତିଗତ ଭାବେ ଏକୁଟିଆ ୧୨ କୋଟି ଟଙ୍କା କେରଳର ବନ୍ୟା ପ୍ରପୀଡ଼ିତଙ୍କ ଉଦ୍ଦେଶ୍ୟରେ ଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe