ସଲମାନ୍ ଖାନଙ୍କର ପ୍ରଥମ ପ୍ରେମର ରୋଚକ କାହାଣୀ ଥିଲା ଏପରି…

Advertisment
ସଲମାନ୍ ଖାନଙ୍କର ପ୍ରଥମ ପ୍ରେମର ରୋଚକ କାହାଣୀ ଥିଲା ଏପରି…

Image Source--easterneye

ମୁମ୍ବାଇ: ଆଜି ହେଉଛି ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ୍ ଖାନଙ୍କ ଜନ୍ମଦିନ। ସେ ଆଜି ୫୪ ବର୍ଷରେ ପଦାର୍ପଣ କରୁଛନ୍ତି। ଏହି ଅବସରରେ ଆସନ୍ତୁ ଜାଣିବା ସଲମାନ୍ ଖାନଙ୍କର ପ୍ରଥମ ପ୍ରେମର ରୋଚକ କାହାଣୀ ସଂପର୍କରେ।

ସୋ’ମ୍ୟାନ୍‌ ରାଜ କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ମେରା ନାମ୍‌ ଜୋକର୍‌’ରେ ଶିଶୁ କଳାକାର ଋଷି କପୁର ଜଣେ ଛାତ୍ର ଭୂମିକାରେ ଅଭିନୟ କରିଥିଲେ। ସେହି ସିନେମାରେ ଋଷିଙ୍କ ଶିକ୍ଷୟିତ୍ରୀ ଭୂମିକାରେ ନଜର ଆସିଥିଲେ ଅଭିନେତ୍ରୀ ସିମି ଗରେୱାଲ୍‌। ଫିଲ୍ମର କାହାଣୀ ଅନୁଯାୟୀ ଋଷି ଶିକ୍ଷୟିତ୍ରୀଙ୍କୁ ଭଲ ପାଉଥିଲେ। କିନ୍ତୁ ପରେ ସେ ଅନ୍ୟଜଣଙ୍କୁ (ମନୋଜ କୁମାର) ବିବାହ କରିଥିଲେ। ଏହା ଋଷିଙ୍କ ପାଇଁ ଶକ୍ତ ଧକ୍‌କା ଥିଲା।
ଠିକ୍‌ ସେହିଭଳି କିଛି କଥା ଘଟିଥିଲା ବଲିଉଡର ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ କ୍ଷେତ୍ରରେ। ଏ କଥାର ଖୁଲାସା କରିଥିଲେ ନିଜେ ସଲମାନ୍‌।

ସଲମାନ୍ ଏକ ସୋ’ରେ କହିଥିଲେ ଯେ, ସ୍କୁଲ୍‌ରେ ପଢ଼ୁଥିବା ବେଳେ ତାଙ୍କର ଜଣେ ଶିକ୍ଷୟିତ୍ରୀଙ୍କୁ ସେ ଖୁବ୍ ଭଲ ପାଉଥିଲେ। ସଲମାନ୍‌ ସେହି ଶିକ୍ଷୟିତ୍ରୀଙ୍କୁ ନିଜର ସାଇକେଲ୍‌ରେ ବସାଇ ମଧ୍ୟ ଘରକୁ ନେଉଥିଲେ। ଏଥିପାଇଁ ସଲମାନ୍‌ ଖାନ୍‌ ନିଜ ସାଇକେଲ୍‌ ଆଗରେ ଥିବା ବାସ୍କେଟ୍‌କୁ କାଢ଼ି ଦେଇଥିଲେ। ସେହି ଶିକ୍ଷୟିତ୍ରୀଙ୍କୁ ନିଜର ପ୍ରଥମ ପ୍ରେମ ବୋଲି କହିବାକୁ ଆଦୌ ସଙ୍କୋଚ କରନ୍ତି ନାହିଁ ସଲମାନ୍‌ ଖାନ୍‌।

publive-image Image Source- zee news

ଏହା ଅବଶ୍ୟ ଭିନ୍ନ କଥା ଯେ, ସଲମାନ୍‌ ପରବର୍ତ୍ତୀ ସମୟରେ ସୋମି ଅଲ୍ଲୀ, ସଙ୍ଗୀତା ବିଜଲାନି, ଐଶ୍ୱର୍ଯ୍ୟା ରାୟ, କାଟ୍ରିନା କୈଫ୍‌ ଓ ଲୁଲିଆଙ୍କ ଭଳି ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖିଥିଲେ। କିନ୍ତୁ ଏଯାଏଁ ପ୍ରେମରେ ସଫଳ ହୋଇ ନାହାନ୍ତି ବୋଲି କୁହାଯାଇପାରେ।
ସୂଚନାଯୋଗ୍ୟ, ନିକଟରେ ସଲମାନ୍ ଖାନଙ୍କ ଅଭିନୀତ ‘ଦବଙ୍ଗ୩’ ମୁକ୍ତିଲାଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe