ଶେହନାଜ ଗିଲ୍‌ଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ସଲମାନ

Advertisment
ଶେହନାଜ ଗିଲ୍‌ଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ସଲମାନ

Newsdezire

ବଲିଉଡ୍‌ ତାରକା ସଲମାନ ଖାନଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ହେଉଛି ‘କିସି କା ​ଭାଇ କିସି କା ଜାନ୍’। ନିକଟରେ ଏହାର ଟିଜର୍‌ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ଲୋକପ୍ରିୟ ସେଲିବ୍ରିଟି ଶେହନାଜ ଗିଲ୍ ପ୍ରଥମ ଥର ପାଇଁ ବଲିଉଡ୍‌ରେ ପାଦ ଦେବାକୁ ଯାଉଛନ୍ତି। ପଞ୍ଜାବର କ୍ୟାଟ୍ରିନ୍ କୈଫ୍ ନାମରେ ପ୍ରସିଦ୍ଧ ଶେହନାଜ ଏକ ସାକ୍ଷାତକାରରେ ତାଙ୍କ ଜୀବନରେ ସଲମାନଙ୍କ ଭୂମିକା ସମ୍ପର୍କରେ ମନଖୋଲା ଆଲୋଚନା କରିଛନ୍ତି। ସଲମାନଙ୍କ ଠାରୁ ସେ କ’ଣ ଶିଖିଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ଶେହନାଜ କହିଛନ୍ତି, ‘ତାଙ୍କ ଠାରୁ ମୁଁ ଆଗକୁ ବଢ଼ିଚାଲିବା ଶିଖିଛି।

ସେ ମୋତେ କହିଛନ୍ତି ଯେ କଠିନ ପରିଶ୍ରମ କଲେ ମୁଁ ଜୀବନରେ ବହୁତ ଆଗକୁ ଯାଇପାରିବି।’ ସ୍ମରଣଯୋଗ୍ୟ ଯେ ସଲମାନ ଖାନଙ୍କ ‘ବିଗ୍ ବସ୍ ୧୩’ କାର୍ଯ୍ୟକ୍ରମରେ ସାମିଲ ହୋଇ ଶେହନାଜ ପ୍ରଥମେ ଜାତୀୟ ସ୍ତରରେ ଲୋକଲୋଚନକୁ ଆସିଥିଲେ। ଉକ୍ତ ବାସ୍ତବଧର୍ମୀ କାର୍ଯ୍ୟକ୍ରମରେ ସ୍ବର୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ସହିତ ଘନିଷ୍ଠତା ତାଙ୍କୁ ଅପର୍ଯ୍ୟାପ୍ତ ଲୋକପ୍ରିୟତା ପ୍ରଦାନ କରିଥିଲା। ଯଦିଓ ଉଭୟ ସେମାନଙ୍କ ସମ୍ପର୍କକୁ କୌଣସି ସଂଜ୍ଞା ଦେଇ ନ ଥିଲେ ସେମାନଙ୍କ ପ୍ରଶଂସକଙ୍କ ପାଇଁ ସେମାନେ ଥିଲେ ଅତିପ୍ରିୟ ଦମ୍ପତି। କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ମଧ୍ୟ ଶେହନାଜ-ସିଦ୍ଧାର୍ଥଙ୍କ ସମ୍ପର୍କ ଜାରି ରହିଥିଲା। ଗତ ବର୍ଷ ସିଦ୍ଧାର୍ଥଙ୍କ ହୃଦ୍‌ଘାତରେ ଆକସ୍ମିକ ପରଲୋକ ହେବା ପରେ ଦୁଃଖରେ ଭାଙ୍ଗିପଡ଼ି ଶେହନାଜ ଅନେକ ମାସ ଧରି ଲୋକଲୋଚନରୁ ଦୂରେଇ ରହିଥିଲେ। ତେବେ ସେବେଠାରୁ ସେ ସଲମାନଙ୍କ ସହିତ ସୁସଂପର୍କ ବଜାୟ ରଖିଛନ୍ତି।

ସଲମାନ ତାଙ୍କୁ ଖୁବ୍ ପ୍ରୋତ୍ସାହିତ କରିଆସିଛନ୍ତି ବୋଲି ଶେହନାଜ ପ୍ରକାଶ କରିଛନ୍ତି। ସେହି ପ୍ରକରଣରେ ସଲମାନ ତାଙ୍କୁ ନିଜ ଚଳଚ୍ଚିତ୍ରରେ ସୁବର୍ଣ୍ଣ ସୁଯୋଗ ଦେଇଛନ୍ତି। ‘କିସି କା ​ଭାଇ କିସି କା ଜାନ୍’ ଛଡ଼ା ଜନ୍‌ ଆବ୍ରହାମ, ନୋରା ଫତେହୀ, ରୀତେଶ ଦେଶମୁଖଙ୍କ ସହିତ ବ୍ୟଙ୍ଗ ଚଳଚ୍ଚିତ୍ର ‘୧୦୦ ପର୍ସେଣ୍ଟ’ରେ ମଧ୍ୟ ଶେହନାଜଙ୍କ ଅଭିନୟ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe