ସଲମନଙ୍କ ଫଲୋଅର ସଂଖ୍ୟା ୪କୋଟି ଟପିଲା

Advertisment
ସଲମନଙ୍କ ଫଲୋଅର ସଂଖ୍ୟା ୪କୋଟି ଟପିଲା

image source--easterneye

ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ସେ ନିଜର ଅଭିନୟ ପାଇଁ ଯେତିକି ଚର୍ଚ୍ଚା‌ରେ, ବଦାନ୍ୟତାରେ ବି ସେତିକି ଆଗରେ। ତେଣୁ ଦିନକୁ ଦିନ ତାଙ୍କର ଟ୍ବିଟରରେ ଫଲୋଅରଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ଏହି ସଂଖ୍ୟା ୪ କୋଟି ଅତିକ୍ରମ କରିଛି। ଅମିତାଭ ବଚ୍ଚନଙ୍କ ପରେ ସେ ଦ୍ବିତୀୟ ଭାରତୀୟ ଅଭିନେତା ଯିଏ ଏତେ ବିପୁଳ ଲୋକପ୍ରିୟତା ପାଇପାରିଛନ୍ତି। ସୋସିଆଲ ମିଡିଆରେ ଏହି ସମ୍ବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସଲମନଙ୍କ ପ୍ରଶଂସକମାନେ ସଲମନଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି। ତେବେ କେବଳ ‌ଟ୍ବିଟର ନୁହେଁ, ଅନ୍ୟ ସୋସିଆଲ ମିଡିଆ ଫେସବୁକ୍‌ ଓ ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କର ଫଲୋଅରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିଛି ପ୍ରଶଂସକ ଲେଖିଛନ୍ତି ୪୦ମିଲିୟନ ସଲମନିଆକ୍‌ସ। ତାଙ୍କର ପ୍ରଶଂସକମାନେ ଏହି ଖୁସିରେ ସଲମନଙ୍କର ଗୋଟେ ପରେ ଗୋଟେ ଫଟୋ ସେୟାର କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଏଥିସହ ଜଣେ ପ୍ରଶଂସକ ଲେଖିଛନ୍ତି, ସେ ସୋସିଆଲ ମିଡିଆ, ଟିଭି ହେଉ କି ବକ୍ସ ଅଫିସ୍‌; ସଲମନ ଖାନ୍‌ ସବୁଠି ରାଜ କରୁଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି ସଲମନ ଜଣେ ବହୁ କ୍ଷମତାଶାଳୀ ଖେଳାଳି। ୟୁ-ଟ୍ୟୁବ‌ରେ ବି ସଲମନଙ୍କ ଫଲୋଅରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe