ଝଲସିଲା ଜାମନଗର, ଧୁମଧାମରେ ସଲମାନଙ୍କ ଜନ୍ମଦିନ ପାଳିଲେ ଅମ୍ବାନୀ ପରିବାର

ଗତକାଲି ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କର ୫୯ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ଅମ୍ବାନୀ ପରିବାର ଭାଇଜାନଙ୍କ ଜନ୍ମଦିନ ଜାମନଗରରେ ପାଳନ କରିଥିଲେ। ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

tsalmannnkk

ଜାମନଗର: ବଲିଉଡ ସୁପରଷ୍ଟାର ସଲମାନ ଖାନ ଶୁକ୍ରବାର ଦିନ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଅଭିନେତା ୫୯ବର୍ଷ ବୟସରେ ପାଦ ଦେଇଥିବା ବେଳେ ଏହି ଦିନକୁ ଆହୁରି ଖାସ୍ କରିଥିଲେ ଅମ୍ବାନୀ ପରିବାର। ସଲମାନଙ୍କ ପାଇଁ ଉଭୟ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ ଏକ ବଡ଼ ପାର୍ଟିର ଆୟୋଜନ କରିଥିଲେ ବୋଲି ଜଣାପଡ଼ିଛି। ଗୁଜୁରାଟର ଜାମନଗରରେ ଖୁବ ଧୁମଧାମରେ ଭାଇଜାନଙ୍କ ଜନ୍ମଦିନ ପାଳନ କରାଯାଇଥିଲା। ସଲମାନଙ୍କ ଜନ୍ମଦିନ ଅବସରରେ ଅମ୍ବାନୀ ପରିବାର ଜନ୍ମଦିନ ସହ  ବିଭିନ୍ନ ପ୍ରକାରର ବାଣ ଫୁଟାଇ ଦୀପାବଳି ପାଳନ କରିଥିଲେ ବୋଲି ଜଣାଯାଇଛି। ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ମୁତାବକ, ଭଉଣୀ ଅର୍ପିତାଙ୍କ ଘରେ ଆୟୋଜିତ ଜନ୍ମଦିନ ଭୋଜିରେ ଯୋଗଦେବା ପରେ ସଲମାନ ଖାନ ଶୁକ୍ରବାର ଅପରାହ୍ନରେ ତାଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ସହ ଜାମନଗରରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ସହିତ ତାଙ୍କ ମା’ ସଲମା ଖାନ, ଅଭିନେତା ରିତେଶ ଦେଶମୁଖ ଏବଂ ତାଙ୍କ ପତ୍ନୀ ଜେନେଲିଆ ଡି’ସୁଜା, ନିର୍ମାତା ସାଜିଦ ନାଦିଆଦୱାଲା, ସଲମାନଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ ୟୁଲିଆ ବନ୍ତୁର, ଭଉଣୀ ଅଲବୀରା ଏବଂ ଅର୍ପିତା ମଧ୍ୟ ଥିଲେ। ଅଭିନେତାଙ୍କ ବିଶ୍ୱସ୍ତ ଅଙ୍ଗରକ୍ଷୀ ଶେରା ମଧ୍ୟ ଅଭିନେତାଙ୍କ ସହିତ ଥିବା ଦେଖାଯାଇଥିଲା । ବିମାନବନ୍ଦରରେ ପହଞ୍ଚିବା ପରେ ବ୍ୟାଣ୍ଡ ବାଜା ସହିତ ସହିତ ସୁପରଷ୍ଟାରଙ୍କୁ ସ୍ୱାଗତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe