ୠଷିଆରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ!

ୠଷିଆରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ!

indiatoday.in

ମୁମ୍ବାଇ: ବଲିଉଡର ଲୋକପ୍ରିୟ ତାରକା ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ସେମାନଙ୍କର ଆଗାମୀ ଫିଲ୍ମ ‘ଟାଇଗର୍-୩’ର ସୁଟିଂ ପାଇଁ  ୠଷିଆରେ ପହଞ୍ଚିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ସେଠାରେ ‘ଟାଇଗର୍-୩’ର ସୁଟିଂ କରିବେ। କରୋନା ମହାମାରୀ ସତ୍ତ୍ୱେ ନିର୍ମାତା ଆଦିତ୍ୟ ଚୋପ୍ରା ଏବଂ ନିର୍ଦ୍ଦେଶକ ମନୀଷ ଶର୍ମା ଫିଲ୍ମର ସୁଟିଂକୁ ଭବ୍ୟ ଆକାରରେ କରିବା ଲାଗି ବହୁ ପୂର୍ବରୁ ଏହି ଯୋଜନା କରିଥିଲେ। ଏଣୁ ନିର୍ମାତା ସଲମାନ, କ୍ୟାଟ୍ରିନା, ନିର୍ଦ୍ଦେଶକ ମନୀଷ ଶର୍ମା ଓ ତାଙ୍କ ଟିମର ସବୁ ସଦସ୍ୟଙ୍କୁ ଚାଟାର୍ଡ ଫ୍ଲାଇଟରେ ୠଷିଆ ପଠାଇଥିବା କୁହାଯାଉଛି।

ସୂଚନାଯୋଗ୍ୟ, ‘ଟାଇଗର୍-୩’ ହେଉଛି ସଲମାନ ଖାନଙ୍କ ସୁପରହିଟ୍ ଟାଇଗର ଫ୍ରାଞ୍ଚାଇଜର ବହୁ ପ୍ରତୀକ୍ଷିତ ତୃତୀୟ ସଂସ୍କରଣ।  ପ୍ରଥମେ ‘ଏକ ଥା ‘ଟାଇଗର୍’ ନାମକ ପ୍ରଥମ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ କବୀର ଖାନ। ଏହି ଥ୍ରିଲର ୨୦୧୨ରେ ମୁକ୍ତିଲାଭ କରିଥିଲା ଏବଂ ଦର୍ଶକମାନଙ୍କ ଦ୍ବାରା ତାହା ଆଦୃତ ହୋଇଥିଲା। ଏହାର ସିକ୍ୱେଲ୍ ‘ଟାଇଗର ଜିନ୍ଦା ହେ’ ୨୦୧୭ ରେ ମୁକ୍ତିଲାଭ କରିଥିଲା। ଏବେ ‘ଟାଇଗର୍-୩’ରେ ସଲମାନ ଖାନ ପୁଣି ର’ ଏଜେଣ୍ଟ ଟାଇଗର ଭାବରେ ପରଦାକୁ ଫେରିବେ। ଏଥିରେ କ୍ୟାଟ୍ରିନାଙ୍କୁ ପୁଣି ଥରେ ଜୋୟା ଭାବରେ ଦେଖିବାକୁ ମିଳିବ। ‘ଟାଇଗର-୩’ରେ ଏମ୍ରାନ ହାସମୀ ମୁଖ୍ୟ ଖଳନାୟକ ଭୂମିକାରେ ନଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe